ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ପୁରୁଣା ମାଣତ୍ରୀ ପଞ୍ଚାୟତ ପେଣ୍ଡ୍ରାବସା ସାହିର ପ୍ରକାଶ ବିଶ୍ଵାଳ ଙ୍କ ସ୍ତ୍ରୀ ବିଳାସ ବିଶ୍ଵାଳ ପ୍ରଜା କୋର୍ଟରେ ବାସନ୍ଦ ହୋଇଥିବା ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସୂଚନା ଅନୁଯୟୀ, ସରଂକ୍ଷିତ ଗ୍ରାମ୍ୟ ଜଙ୍ଗଲ କଟାକୁ ନେଇ ହିଙ୍ଗମଣ୍ଡଳ ଓ ପେଣ୍ଡ୍ରାବସା ସାହି ମଧ୍ୟରେ ବିବାଦ ଲାଗି ରହିଥିଲା। ଫଳରେ ପେଣ୍ଡ୍ରାବସା ସାହିରେ ବାସ କରୁଥିବା ୧୨ଟି ପରିବାର ଲୋକମାନେ ହିଙ୍ଗମଣ୍ଡଳ ଗାଁର ଅନ୍ୟ କୌଣସି ଲୋକ ସହିତ ମିଳାମିଶା ନ’ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ବିଳାସ ସାହୁ ତାଙ୍କ ମା’ଙ୍କର ଶୁଦ୍ଧିକ୍ରିୟା ପାଇଁ ହିଙ୍ଗମଣ୍ଡଳ ଗାଁରୁ ଏକ ଅଟୋ ଭଡା କରି ଯାଇଥିଲେ। ବିଳାସ ବିଶ୍ଵାଳ କାହିଁକି ହିଙ୍ଗମଣ୍ଡଳ ଗାଁରୁ ଅଟୋ ଭଡ଼ା ନେଇଥିବାରୁ ପେଣ୍ଡ୍ରାବସା ସାହିର ସଭାପତି ସନ୍ତୋଷ ପ୍ରଧାନ ଓ ସମ୍ପାଦକ ବିପିନ ସାହୁ ବିଳାସଙ୍କୁ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି। କିନ୍ତୁ ବିଳାସ ୫ ହଜାର ଟଙ୍କା ଦେଇ ନ’ ପାରିବାରୁ ପ୍ରଜା କୋର୍ଟର ନିଷ୍ପତ୍ତି ଅନୁସାରେ ତାଙ୍କୁ ନିଆଁ, ପାଣି, ସର୍ବସାଧାରଣ ରାସ୍ତା, ପୂଜା ଓ ପର୍ବ ପର୍ବାଣୀରେ ସାମିଲ ନକରି ଏକ ଘରିଆ କରିଦେଇଛନ୍ତି। ଏ ବାବଦରେ ବିଳାସ ଯଦି କୌଣସି ସରକାରୀ ସ୍ତରୀୟ ବିଭାଗକୁ ଜଣାଇବେ ତେବେ ଦଣ୍ଡକୁ ଆହୁରି ୪ଗୁଣା କରିବୁ ବୋଲି ପ୍ରଜା କୋର୍ଟରେ ଧମକ ଦିଆଯାଇଛି ବୋଲି ବିଳାସ ଅଭିଯୋଗ କରିଛନ୍ତି।
ଜିଲ୍ଲାପାଳଙ୍କୁ ଭେଟିଲେ କଙ୍ଗାରୁ କୋର୍ଟରେ ବାସନ୍ଦ ମହିଳା
- Post published:May 25, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
