ରେଳ ୱାଗନ୍‌ରେ ଚାପି ହୋଇ ଶ୍ରମିକ ମୃତ

You are currently viewing ରେଳ ୱାଗନ୍‌ରେ ଚାପି ହୋଇ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ଭରତପୁର ଖଣି ସାଇଡିଂରେ ଟ୍ରେନ୍‌ ୱାଗନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୋଇଲା ପରିବହନ କରି ଟ୍ରେନ୍ ତାଳଚେର ଷ୍ଟେସନ ଆଡ଼କୁ ଆସୁଥିବା ବେଳେ ଜଗନ୍ନାଥ ଖଣିର ୧ ନମ୍ବର ସାଇଡିଂରେ ଲାଇନ୍‌ଚ୍ୟୁତ ହୋଇ ମାଡ଼ିଯିବା ଫଳରେ ଏଥିରେ ଶ୍ରମିକ ଜଣକ ଚାପି ହୋଇଯାଇଥିଲେ। ମୃତ ଶ୍ରମିକ ଜଣକ ନବରଙ୍ଗପୁର ଅଞ୍ଚଳର ରଘୁନାଥ ଗଉଡ଼ ବୋଲି ଜଣାପଡ଼ିଛି।ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇ ଗୋଟିଏ ପଟକୁ ମାଡ଼ିଯାଇଥିଲା ବେଳେ ଟ୍ରାକ୍ କାର୍ଯ୍ୟ କରୁଥିବା ୧୯ ଜଣ ଶ୍ରମିକ ଦଉଡ଼ି ପଳାଇଥିଲେ। ହେଲେ ଜଣେ ଶ୍ରମିକ ଟ୍ରେନ୍ ତଳେ ଚାପି ହୋଇ ରହିଯାଇଥିଲେ ।

Share

Leave a Reply