ଅନୁଗୁଳ: ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ; ଘଟିଛି ମଙ୍ଗଳବାର ସଂଧ୍ୟାରେ।ଗାଁ ଦାଣ୍ଡରେ ଯୁବକଙ୍କୁ ଜିଅନ୍ତା ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଲେ ସମ୍ପର୍କୀୟ।ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ତଥା ହଣ୍ଡପା ଥାନା କଦଳିମୁଣ୍ଡା ଗାଁର କେନ୍ଦୁସାହିରେ ଏହି ବର୍ବର୍ କାଣ୍ଡ ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯୁବକ ରାଜୁ ଓରଫ ରାଜକିଶୋର ପଧାନ (୨୫) ବୋଲି ଜଣାପଡିଛି। ଘଟଣାସ୍ଥଳରେ ହଣ୍ଡପା ଥାନା ପୁଲିସ ପହଞ୍ଚି ରାଜୁଙ୍କୁ ଉଦ୍ଧାର କରିବା ସହ ଆଠମଲ୍ଲିକ ଡାକ୍ତଖାନା ପଠାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଅଧିକ ଖୋଳତାଡ ଚଳାଇଛି। ନିଶା ପାନ କରି ଘରେ ନିତି ଗଣ୍ଡଗୋଳ କରୁଥିବାରୁ ପରିବାର ଓ ସମ୍ପର୍କୀୟ ଏହି ନିର୍ମମ କାଣ୍ଡ ଘଟାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଯୁବକଙ୍କୁ ଜିଅନ୍ତା ଜାଳିଦେଲେ
- Post published:January 12, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
