ବସ ଧକ୍କାରେ ଯୁବକଙ୍କ ପ୍ରାଣ ଗଲା

You are currently viewing ବସ ଧକ୍କାରେ ଯୁବକଙ୍କ ପ୍ରାଣ ଗଲା

ଅନୁଗୁଳ: ଆଜି ଅପରାହ୍ନରେ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ସଦର ଥାନା ମୂଷାପାପୁଲି ନିକଟରେ ମର୍ମନ୍ତୁଦ ଦୁର୍ଘଟନା ଘଟିଛି। ବାଇକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଛି। ମୃତକ ନିକଟସ୍ଥ ହରିବେରେଣି ଗ୍ରାମର ଗୋଗୁଲୁ ନାଏକ (୩୦) ବୋଲି ଜଣାପଡିଛି। ଗୋଗୁଲୁଙ୍କ ସହ ବାଇକରେ ବସିଥିବା ଚକ୍ର ନାଏକ (୨୮) ଗୁରୁତର ଆହତ ହୋଇଛନ୍ତି। ତାଂକୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁହେଁ ଗ୍ରାମରେ ମାଘ ମେଳା ନିମନ୍ତେ ସଉଦା ପତ୍ର କିଣିବାକୁ ଅନୁଗୁଳ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ବସ୍ ସହ ଧକ୍କା ହୋଇଥିଲା। ଅନୁଗୁଳ ସଦର ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛି।

Share

Leave a Reply