ଅନୁଗୁଳ: ରାଜ୍ୟର ଅନେକ ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଉଥବାବେଳେ, ଅନୁଗୁଳ ଜିଲ୍ଲାରେ ଜଳ କଷ୍ଟ ପରିଲକ୍ଷିତହେଲାଣି। ଓଡ଼ିଶାରେ ପ୍ରାୟ ୨୮ ହଜାର ଜଳ କ୍ଳିଷ୍ଟ ଗ୍ରାମ ଥିବା ବେଳେ ଅନୁଗୁଳର ଅନେକ ଗାଁ ର ଅଧିବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ସାତକୋଶିଆର ଆଖପାଖ ପାହାଡିଆ ଅଂଚଳ, ଆଠମଲ୍ଲିକର ଏକ ବିସ୍ତୀର୍ଣ୍ଣ ଅଂଚଳ, ତାଳଚେର, କଣିହାଁ ଆଦି ଇଲାକାରେ ପିଇବା ପାଣିର ଘୋର ଅଭାବ ରହିଛି।କୋଇଲା ଖଣି ଏବଂ ଅନ୍ୟାନ୍ୟ ଶିଳ୍ପ ଯୋଗୁ ଏହି ଅଂଚଳରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଏଭଳି କ୍ଷେତ୍ରରେ ପାଣି ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଗୋରୁଙ୍କପାଇଁ ପିଇବା ପାଣିର ମଧ୍ୟ ଅଭାବ ଦେଖା ଦେଇଛି।ଜଳାଭାବ ଯୋଗୁ ଲୋକେ ଅନେକ ସମୟରେ ରାଜରାସ୍ତାକୁ ଓହ୍ଲାଉଛନ୍ତି।ପ୍ରଶାସନ ଏହାର ମୁକାବିଲା ପାଇଁ ବେଳହୁଁ ଯୋଜନା କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ବଢୁଛି ଖରା, ତାତି
- Post published:March 4, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
୫-ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିଜେପିର ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଗଣଧାରଣା
ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ତାଳଚେରର ସାମ୍ବାଦିକ





