ଅନୁଗୁଳ: ରକ୍ତହୀନତାର ଶିକାର ମହିଳା

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ରକ୍ତହୀନତାର ଶିକାର। ୨୦୧୫-୧୬ର ରିପୋର୍ଟ ଅନୁଯାୟୀ ୬ ମାସରୁ ୫୯ ମାସ ମଧ୍ୟରେ ଥିବା ଶିଶୁ ଯେଉଁମାନଙ୍କ ହିମୋଗ୍ଲୋବିନ୍‌ ମାତ୍ରା ୧୧ ଗ୍ରାମ୍‌ରୁ କମ୍‌ ସେମାନଙ୍କ ସ˚ଖ୍ୟା ୩୬ ପ୍ରତିଶତ। ୧୫ରୁ ୪୯ ବର୍ଷ ମଧ୍ୟରେ ଥିବା ଗର୍ଭବତୀ ମହିଳା ଯେଉଁମାନଙ୍କ ହିମୋଗ୍ଲୋବିନ ୧୨ ଗ୍ରାମରୁ କମ୍‌ ସେମାନଙ୍କ ସ˚ଖ୍ୟା ୫୮ ପ୍ରତିଶତ। ୧୫ରୁ ୪୯ ବର୍ଷ ମଧ୍ୟରେ ଥିବା ସାଧାରଣ ମହିଳା ଯେଉଁମାନଙ୍କ ହିମୋଗ୍ଲୋବିନ୍‌ ମାତ୍ରା ୧୩ ଗ୍ରାମରୁ କମ୍‌ ସେମାନଙ୍କ ସ˚ଖ୍ୟା ୪୪ ପ୍ରତିଶତ। ଅନ୍ୟପକ୍ଷରେ ୧୫ରୁ ୪୯ ବର୍ଷ ମଧ୍ୟରେ ଥିବା ପୁରୁଷମାନଙ୍କ ଭିତରୁ ମାତ୍ର ୨୮ ପ୍ରତିଶତ ରକ୍ତହୀନ। ତେବେ ବିଗତ ଦିନମାନଙ୍କରେ ରକ୍ତହୀନତା ଭୋଗୁଥିବା ରୋଗୀମାନଙ୍କୁ ଆଇରନ୍‌ ଟାବ୍‌ଲେଟ୍‌ ଏବ˚ ଫଲିକ୍‌ ଏସିଡ୍‌ ଯୁକ୍ତ ବଟିକା ଦିଆଯିବା ସହ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି କରାଯାଇ ସେମାନେ କିଭଳି ରକ୍ତହୀନତାରୁ ମୁକ୍ତି ପାଇବେ ସେଥିନେଇ ଫଳପ୍ରଦ ପଦକ୍ଷେପମାନ ନିଆଯାଇଛି।

Leave A Reply

Your email address will not be published.

error: Content is protected !!