ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୁଳର ଜନଗହଳିପୂର୍ଣ୍ଣ ତାମ୍ରିତ କଲୋନୀରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କ ଛାତି ଥରାଇ ଦେଇଛି। ତିନି ଜଣ ଦୁବୃର୍ତ୍ତ ଏକ ବାଇକ୍ରେ ଆସି ନିର୍ମଳା ମେଡିସିନ୍ ଷ୍ଟୋର୍ରେ ହଙ୍ଗାମା କରିଥିଲେ। ଦୋକାନୀଙ୍କୁ ଏକ ଖଣ୍ତାରେ ଆକ୍ରମଣ ଉଦ୍ୟମ କରିଥିଲେ ହେଁ ସୌଭାଗ୍ୟକ୍ରମେ ସେ ବର୍ତ୍ତି ଯାଇଥିଲେ। ଆକ୍ରମଣ ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିବା ବେଳେ ପୁଲିସ୍ ଘଟଣାର ଛାନ୍ଭିନ୍ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅଘଟଣ ଘଟିଥିଲା ଠିକ୍ ସନ୍ଧ୍ୟା ୭ଟା ବେଳେ। ତିନିଜଣ ଦୁବୃର୍ତ୍ତ ଏକ ପଲ୍ସର୍ ମୋଟରସାଇକେଲ୍ରେ ସାନିଟାଇଜର କିଣିବାକୁ ଆସିଥିଲେ। ଦୋକାନୀଙ୍କ ସହ କ’ଣ ସାମାନ୍ୟ ଯୁକ୍ତିତର୍କ ବେଳେ ଦୁବୃର୍ତ୍ତମାନେ ହଠାତ୍ ଉତ୍କ୍ଷିପ୍ତ ହୋଇ ସୋ’କେସ୍ରେ ଥିବା ସାମଗ୍ରୀ ଫିଙ୍ଗାଫୋପଡ଼ା କରିଥିଲେ। ଗାଡ଼ିରୁ ଖଣ୍ତା ବାହାର କରି ଆକ୍ରମଣ ଉଦ୍ୟମ କରିଥିଲେ। ଦୋକାନୀଙ୍କୁ ଭୟଭୀତ କରାଇ ନିମିଷକ ମଧ୍ୟରେ ଖସିଯାଇଥିଲେ।
ଔଷଧ ଦୋକାନୀଙ୍କୁ ଆକ୍ରମଣ ଉଦ୍ୟମ
- Post published:November 1, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
