ଶିକ୍ଷକଙ୍କ ସହ ୧୦ ଜୁଆଡ଼ି ଗିରଫ

You are currently viewing ଶିକ୍ଷକଙ୍କ ସହ ୧୦ ଜୁଆଡ଼ି ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଛେଣ୍ଡିପଦା ପୁଲିସ ବୁଧବାର ଚଢାଉ କରିଛି। ଏହି ଚଢ଼ାଉରେ ଜଣେ ଶିକ୍ଷକଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସର ଏକ ସ୍ୱତନ୍ତ୍ର ଟିମ ଖମାର ଆମ୍ବତୋଟାରେ ଚାଲିଥିବା ଜୁଆ ଆଡ଼ା ଉପରେ ଚଢ଼ାଉ କରିଥିଲେ। ଏହି ଚଢାଉ ବେଳେ ପୁଲିସକୁ ଦେଖି କିଛି ଜୁଆଡି ଖସି ଯିବାକୁ ଉଦ୍ୟମ କରିଥିବାବେଳେ ପୁଲିସ ଜଣେ ଶିକ୍ଷକଙ୍କ ସମେତ ମୋଟ ୧୦ଜଣଙ୍କୁ ଧରିଥିଲା। ପୁଲିସ ବହୁପରିମାଣର ଟଙ୍କା ସହ ୭ଟି ବାଇକ ଜବତ କରିଛି ପୁଲିସ ଏ ନେଇ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

Share

Leave a Reply