ବାପା-ମା’ ଛେଉଣ୍ଡ ୭ ଜଣ ଅନାଥ ପିଲାଙ୍କୁ ମିଳିଲା ନୂଆ ଜୀବନ, ଥଇଥାନ କଲେ ଡିସିପିଓ

You are currently viewing ବାପା-ମା’ ଛେଉଣ୍ଡ ୭ ଜଣ ଅନାଥ ପିଲାଙ୍କୁ ମିଳିଲା ନୂଆ ଜୀବନ, ଥଇଥାନ କଲେ ଡିସିପିଓ

ଅନୁଗୁଳ: ବାପା-ମା’ ଛେଉଣ୍ଡ ୭ ଜଣ ଅନାଥ ପିଲାଙ୍କୁ ମିଳିଲା ନୂଆ ଜୀବନ। ଏମାନଙ୍କୁ ଥଇଥାନ କରିଛନ୍ତି ଡିସିପିଓ ଗୌରୀ ଶଙ୍କର ବେହେରା।

ସୂଚନା ମୁତାବକ, ପାଳଲହଡ଼ା ବ୍ଲକ କରଡ଼ାପାଳର ପୂର୍ବତନ ସରପଞ୍ଚ ରମାକାନ୍ତ ବେହେରା ଡିସିପିଓଙ୍କୁ ସାତ ଜଣ ଅନାଥ ପିଲାଙ୍କ ବିଷୟରେ ଅବଗତ କରାଇଥିଲେ। ସମସ୍ତ ପିଲା ଅନାଥ। ସେମାନଙ୍କ ବାପା-ମା’ ନଥିବାରୁ ଚଳିବାରେ ଭାରି ଅସୁବିଧା ଭୋଗୁଥିଲେ। ଖବର ପାଇବା ପରେ କରଡାପାଳ ଅଞ୍ଚଳକୁ ଡିସିପିଓ ଗୌରୀ ଶଙ୍କର ବେହେରା ପରିଦର୍ଶନରେ ଯାଇ ଅନାଥ ପିଲାଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଆଜି ଏହି ପିଲାଙ୍କୁ ସ୍କାନିଂ କରିବା ପରେ ଥଇଥାନ କରାଯାଇଛି।

Share

Leave a Reply