ଅନୁଗୋଳ: କଟକ ସ୍ଥିତ ରାଜ୍ୟ ପୋଲିସ ପଡିଆରେ ଆୟୋଜିତ ୭୨ ତମ ସିନିୟର୍ ଆଥେଲେଟିକ ମିଟରେ ଅନୁଗୋଳକୁ ୬ଟି ମେଡାଲ ମିଳିଛି। ସ୍ୱାଧୀନ କୁମାର ମାଝୀ ସିନିୟର୍ ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅଂଶୁମାନ ଥମ୍ବ ୨୩ ବର୍ଷରୁ କମ୍ ବାଳକ ହାଇଜମ୍ପ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୨୩ ବର୍ଷରୁ କମ୍ ୧୦ କିମି ୱାକିଂ ରେ ଦୁଷ୍ମନ୍ତ ପ୍ରଧାନ ରୌପ୍ୟ ପଦକ ହାସଲ କରିଥିବା ବେଳେ ପ୍ରିୟବ୍ରତ ପ୍ରଧାନ ସିନିୟର୍ ଜାଭେଲିନ୍ ଥ୍ରୋ lରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ସରସ୍ୱତୀ ଖୁଣ୍ଟିଆ ୩ ହଜାର ଓ ୫ ହଜାର ମିଟର ରନିଙ୍ଗରେ ଦୁଇଟି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି।ସମସ୍ତ ବିଜେତାଙ୍କୁ ଅନୁଗୋଳ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ଡ଼ା ଗୌରଗୋବିନ୍ଦ ସାମନ୍ତ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।
୭୨ ତମ ରାଜ୍ୟ ସିନିୟର ଆଥେଲେଟିକ ମିଟ୍: ଅନୁଗୋଳକୁ ୬ ମେଡାଲ
- Post published:June 9, 2026
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik
Tags: Angul





