ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାର ବଳଦମରାର ମହାନଦୀ ଶଯ୍ୟାରେ ମଙ୍ଗଳବାର ଗୋଟିଏ ଘଡ଼ିଆଳ କୁମ୍ଭୀର ୩୦ରୁ ଅଧିକ ଛୁଆଙ୍କୁ ଜନ୍ମ ଦେଇଛି। ଘଟଣାଟି ଜଙ୍ଗଲ ବିଭାଗ ଅଧିକାରୀ ସମେତ ସ୍ଥାନୀୟ ଅଧିବାସୀ ଏବଂ ପରିବେଶବିତଙ୍କୁ ଯଥେଷ୍ଟ ଆନନ୍ଦ ଦେଇଛି ।ଗତ ତିନି ଦଶନ୍ଧି ମଧ୍ୟରେ ଦ୍ଵିତୀୟ ଥର ପାଇଁ ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ଏଭଳି ଶାବକ ଜନ୍ମ ନେଇଛନ୍ତି। ଗତ ବର୍ଷ ମଧ୍ୟ କୁମ୍ଭୀର ଶାବକ ଜନ୍ମ କରିଥିଲେ ମଧ୍ୟ ମହାନଦୀରେ ବନ୍ୟା ଜଳ ଆସିବାରୁ ତିନି ଚାରିଟିକୁ ଛାଡିଦେଲେ ଅନ୍ୟମାନେ ତଳ ମୁଣ୍ଡକୁ ଭାସି ଯାଇଥିଲେ। ଉଦ୍ଧାର କରାଯାଇଥିବା ଶାବକ ମାନଙ୍କୁ ପରେ ନନ୍ଦନକାନନରେ ଛଡ଼ା ଯାଇଥିଲା। ଏଣୁ ଚଳିତ ଥର ଜଙ୍ଗଲ ବିଭାଗ ଅଧିକ ସତର୍କ ହୋଇ କୁମ୍ଭୀର ପାଇଁ ସୁରକ୍ଷିତ ସ୍ଥାନ ବାଛିବା ସହ ଅଣ୍ଡା ଦେବା ସ୍ଥାନ ଆଖ ପାଖରେ ପ୍ୟାନ କ୍ୟାମେରା ଲଗାଇଥିଲା। ଏବେ ଜଙ୍ଗଲ ବିଭାଗ କର୍ମଚାରୀମାନେ
ମା’ ଓ ଶାବକ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।
ବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା
