ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମୁରୁସିଂହା ଗାଁରେ ବୁଧବାର ସକାଳେ ବିଦ୍ୟୁତ ସର୍ଟ ସର୍କିଟରେ ୪ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଯେ, ବୁଧବାର ଭୋର ସମୟରେ କୁମୁରୁସିଂହା ଗାଁ ହରିଜନ ସାହିର ଶ୍ରୀକାନ୍ତ ନାଏକଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା। ଏହି ନିଆଁ କ୍ରମେ ପାଖରେ ଥିବା ସୁଶାନ୍ତ ନାଏକ, ଟୁକୁ ନାଏକ ଓ ବିଟ ନାଏକଙ୍କ ଘରକୁ ବ୍ୟାପିଥିଲା। ଫଳରେ ୪ ବଖରା ପୋଡ଼ି ପାଉଁଶ ହୋଇଯାଇ ଅନେକ ଅସବାବପତ୍ରସହ ଧାନ ଓ ଚାଉଳ ପୋଡ଼ି ଯାଇଛି। ଖବରପାଇ ଅନୁଗୁଳ ଅଗ୍ନିଶମ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା
- Post published:May 11, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray
