ଋତୁ ବାନ୍ଧବୀ ଅନୁଷ୍ଠାନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା

You are currently viewing ଋତୁ ବାନ୍ଧବୀ ଅନୁଷ୍ଠାନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା

ଅନୁଗୁଳ: ସୋମବାର ଅପରାହ୍ନରେ ଟାଉନ୍ ହାଇସ୍କୁଲ ପରିସରରେ ଋତୁବାନ୍ଧବି ଅନୁଷ୍ଠାନ ପକ୍ଷରୁ ଏକ ସ୍ବାସ୍ଥ୍ୟ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ହାଇସ୍କୁଲର ଛାତ୍ରୀ ମାନଙ୍କୁ ମାସିକ ଋତୁସ୍ରାବ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଆଇଏମ୍‌ଏ ଅନୁଗୁଳ ମହିଳା ଶାଖା ସଭାନେତ୍ରୀ ଡ଼ା ସୁଷମା ଚୌଧୁରୀ,ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ା ସସ୍ମିତା ସାହୁ,ରୋଟାରୀ କ୍ଳବ୍‌ ଅନୁଗୁଳ ରୟାଲର ସମ୍ପାଦିକା ରୋଟରୀୟାନ ବାଣୀ ଦେବ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ବିଶେଷଜ୍ଞ ମାନେ ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା କରିବା ପରେ ଋତୁସ୍ରାବ ଜନିତ ଅନିୟମିତତା,ଏହାର କାରଣ,ଏଥି ନେଇ ରହିଥିବା ଅନ୍ଧବିଶ୍ୱାସ ଏବଂ ସ୍ବାସ୍ଥ୍ୟ ସମସ୍ୟା,ପ୍ୟାଡର ବ୍ୟବହାର ଆଦି ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଛାତ୍ରୀ ମାନଙ୍କୁ ସନ୍ତୁଳିତ ଖାଦ୍ୟ,ବିଶ୍ରାମ ଏବଂ ଉପଯୁକ୍ତ ଜୀବନଶୈଳୀ ଦ୍ଵାରା କିଭଳି ଜଣେ ସ୍ବାସ୍ଥ୍ୟବାନ ହୋଇପାରିବ ସେଥିନେଇ ଅବତାରଣା ଦେଇଥିଲେ। କର୍ମଶାଳାରେ ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।

Share

Leave a Reply