ବଅଁରପାଳ ପୁଲିସର ରକ୍ତଦାନ ଶିବିର,୧୧୩ ୟୁନିଟ ରକ୍ତ ସଂଗ୍ରହ

You are currently viewing ବଅଁରପାଳ ପୁଲିସର ରକ୍ତଦାନ ଶିବିର,୧୧୩ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ତରଫରୁ ଗୁରୁବାର ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଆଡିଶନାଲ ଏସପି ପିକେ ବିଶ୍ବାଳ, ସମ୍ମାନିତ ଅତିଥିଭାବେ ନାଲକୋ ଡିଜିଏମ୍ ଶୁଶିଲ ମହାପାତ୍ର, ଅନୁଗୁଳ ଏସ୍ଡିପିଓ ବିଏସ ଉଦ୍ଗାତା ଓ ଅନୁଗୁଳ ବ୍ଲଡ ବ୍ୟାଙ୍କ ଅଧିକାରୀ ସତ୍ୟବ୍ରତ ପାଟଯୋଶୀ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ପୁଲିସ କର୍ମଚାରୀଙ୍କ ସମେତ ଜନସାଧାରଣ ରକ୍ତଦାନ କରିଥିଲେ। ସକାଳୁ ରକ୍ତଦାନ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ମୋଟ ୧୧୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ବଅଁରପାଳ ଥାନା ଆଇଆଇସି ଏନ୍ ସାହୁ ଓ କର୍ମଚାରୀ ମାନେ ଏହି ଶିବିରକୁ ପରିଚାଳନା କରିଥିଲେ।

Share

Leave a Reply