ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବର୍ଣ୍ଣାଳୀ ସାହିତ୍ୟ ସଂସଦର ସାରସ୍ୱତ ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ସାହିତ୍ୟ ଅନୁରାଗୀ ଓଡିଆ ଭାଷା ପ୍ରେମୀମାନଙ୍କ ମିଳିତ ମୂର୍ଜନାରେ ସମ୍ମିଳନୀ ବେଶ ଉତ୍ସବ ମୁଖର ଓ ସାରଗର୍ଭକ ହୋଇଥିଲା । ପ୍ରଥମେ ପ୍ରଭୁ ଜଗନ୍ନାଥ ଠାରେ ପ୍ରଦ୍ବୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟକୁ ଆରମ୍ଭ କରାଯାଇଥିଲା । କବି ଗୋଲାପ ନନ୍ଦ ଜଗନ୍ନାଥ ସ୍ତୁତି ଓ ବନ୍ଦନା ଗାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା କଳ୍ପନା ବୋଇତି ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ କବି ଅରୁଣ ଗଡନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ଜିତେନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସାଧାରଣ ସଂପାଦିକା ରତ୍ନପ୍ରଭା ବାଇ ଆନୁଷ୍ଠାନିକ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ତଥା ମୁଖ୍ୟଅତିଥି ଆଡ୍ଭୋକେଟ୍ ଯଦୁମଣି ସାହୁ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ ସମ୍ମାନୀତ ଅତିଥି ଭାବରେ ନବଦୋୟ ବିଦ୍ୟାଳୟର ଶିକ୍ଷକ ସଂଗୀତକାର ରାଜେନ୍ଦ୍ର ବେହେରା, ବରିଷ୍ଠ କବି ମାଗୁଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ‘ଫେରିଜିବା ଆମ ପିଲା ଦିନକୁ’ ବିଷୟକୁ ନେଇ କବିତା ମାଧ୍ୟମରେ ଏବଂ ନିଜ ନିଜ ଅନୁଭୂତି ପ୍ରଦାନ କରାଯାଇଥିଲା। ୨ୟ ପର୍ଯ୍ୟାୟରେ ବରିଷ୍ଠ କବି, କଳାକାର କରୁଣାକର ବାଇ ଓ ବିଶ୍ବରଂଜନ ମହାନ୍ତିଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା କବି କଳ୍ପନା ନାଏକ, ଯଦୁମଣି ସାହୁ, କରୁଣାକର ବାଇ, ସୁନିଲ ସିଂ, ସୁଶାନ୍ତ ପ୍ରଧାନ, ବାଉରୀବନ୍ଧୁ ବେଜ, ସୁସ୍ମିତା ମିଶ୍ର, ଅରୁଣ ଗଡନାୟକ, ମାଗୁଣୀ ପ୍ରଧ ନ, ଗୁଣନିଧ୍ଵ ସାମଲ, ସୁଶ୍ରୀ ଗୋଭାଗିନୀ ଦେବୀ, ବିଣାପାଣୀ ସାହୁ, ଉମେଶ ମିଶ୍ର, ସୁଚିତ୍ର ସାହୁ, ଋଷଭ ବେହେରା, ପ୍ରଣବ କିଶୋର ଗଡନାୟକ, ଅଧ୍ୟାପକ ତ୍ରିନାଥ ସାହୁ, ସରୋଜ ସେଠୀ, ସମାଜସେବୀ ସୁଲେଖ ସେଠୀ, ଅନୁପମା ପ୍ରଧାନ ପ୍ରମୁଖ ନିଜ ନିଜର ସାହିତ୍ୟ କୃତିକୁ କବିତା ମାଧ୍ୟମରେ ପ୍ରକାଶ କରିଥିଲେ ଶେଷରେ ଅରୁଣ କୁମାର ଗଡନାୟକ ଦନ୍ୟବାଦ ପ୍ରଦାନ କରିଥିଲେ ।
ବର୍ଣାଳୀ ସାହିତ୍ୟ ସଂସଦର ସାରସ୍ଵତ ସମ୍ମିଳନୀ
- Post published:October 5, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
