ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ୍ ୨୦୨୫ ଉଦଯାପିତ: ୩-୨ରେ ଭଦ୍ରକକୁ ହରାଇ କିଟ୍ ଚାମ୍ପିୟନ

You are currently viewing ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ୍ ୨୦୨୫ ଉଦଯାପିତ: ୩-୨ରେ ଭଦ୍ରକକୁ ହରାଇ କିଟ୍ ଚାମ୍ପିୟନ

ଅନୁଗୁଳ: ସରିଲା ଅନୁଗୁଳ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ୍ ୨୦୨୫। ଗତ ୧ ଓ ୨ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରର ୬ ଟି ଦଳ ଭାଗ ନେଇଥିଲେ। ଫାଇନାଲରେ ଭୁବନେଶ୍ୱରର କିଟ୍ ଟିମ୍ ଓ ଭଦ୍ରକର ସୂର୍ଯ୍ୟଶିଖା ମୁହାଁମୁହିଁ ହୋଇଥିଲେ। ୩-୨ରେ ଭଦ୍ରକକୁ ହରାଇ କିଟ୍ ଟ୍ରଫି ହାତେଇଛି।

ଉଦଯାପନୀ ଉତ୍ସବରେ ଅନୁଗୁଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ମୁଖ୍ୟ ଅତିଥି, ବାସନ୍ତୀ ଦୁର୍ଗା ପୂଜା ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ଉପ ସଭାପତି ଯତୀନ ସେଠୀ, ଆଇନଜୀବୀ ପ୍ରଦୀପ ଦେବତା, ସମ୍ପାଦକ ଗୌରଗୋବିନ୍ଦ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହିତ ୨୫ ହଜାର ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହିତ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ଭଦ୍ରକର ଭୈରବ ମହାପାତ୍ର ମ୍ୟାନ ଅଫ ଦ ମ୍ୟାଚ୍ ଓ କିଟର ସାର୍ଥକ ପ୍ଲେଆର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ବେଷ୍ଟ ସେଟର ଭାବେ ଭଦ୍ରକର ଏ ରାଜୁ ପୁରସ୍କୃତ ହୋଇଥିଲେ।

ଏହି ଅବସରରେ ଜିଲ୍ଲାର ପୂର୍ବତନ ଭଲିବଲ ଖେଳାଳି ଲଳିତ ପ୍ରଧାନଙ୍କୁ ବାସନ୍ତୀ କ୍ରୀଡ଼ା ପିଲର, ଚୈତନ୍ୟ ପ୍ରଧାନଙ୍କୁ ବାସନ୍ତୀ କ୍ରୀଡ଼ା ରତ୍ନ, ଶରତ ଚନ୍ଦ୍ର ପାଣିଙ୍କୁ ବାସନ୍ତୀ କ୍ରୀଡ଼ା କେଶରୀ, ପୂର୍ବତନ କୋଚ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁଙ୍କୁ ବାସନ୍ତୀ କ୍ରୀଡ଼ା ଶିରୋମଣି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନ୍ୟପଟେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ମର୍ଣ୍ଣିଂ ଷ୍ଟାର ଓ ପୂଜା କମିଟି ଭାବେ କ୍ଲବ ଗଣପତକୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ ବାସନ୍ତୀ ଭଲିବଲ ଟ୍ରଷ୍ଟର ସଭାପତି ପ୍ରତାପ ମାଝି, ସମ୍ପାଦକ ରଶ୍ମିରଂଜନ ପ୍ରଧାନ, କୋଚ ଦିବ୍ୟରଂଜନ ବେହେରା, କୋଷାଧ୍ୟକ୍ଷ ସମରେଶ ନାଥ, ନୌଷଦ ଅଲ୍ଲୀଙ୍କ ସମେତ ଟ୍ରଷ୍ଟର ସଦସ୍ୟ ସାହାଯ୍ୟ କରିଥିଲେ।

Share

Leave a Reply