ନବବିବାହିତ ଦିଅର ସହ ଭାଉଜ ଫେରାର

You are currently viewing ନବବିବାହିତ ଦିଅର ସହ ଭାଉଜ ଫେରାର

ଅନୁଗୁଳ: ତାଳଚେର କୋଲିୟରୀ ଥାନା ସେଣ୍ଟ୍ରାଲ କଲୋନିରେ ଜଣେ ମହିଳା ତାଙ୍କ ନବବିବାହିତ ଦିଅରଙ୍କ ସହ ଘରୁ କେଉଁଆଡ଼େ ଫେରାର ହୋଇ ଯାଇଥିବା କୋଲିୟରୀ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଦିଅରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ନବବିବାହିତ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ଯେ, ଗତ ମାର୍ଚ୍ଚ ୧୦ ତାରିଖରେ ସେଣ୍ଟ୍ରାଲ କଲୋନିର ଜଣେ ଯୁବକ ବୈଦିକ ରୀତିରେ ତାଙ୍କୁ ବିବାହ କରିଥିଲେ। କିନ୍ତୁ ଉକ୍ତ ଯୁବକ ତାଙ୍କ ଭାଉଜଙ୍କ ସହିତ ପୂର୍ବରୁ ପ୍ରେମ ସମ୍ପର୍କ ରଖିଥିଲେ। ବିବାହ ପରେ ଏ ସଂପର୍କରେ ଜାଣିବା ପରେ ସେ ଏହାକୁ ବିରୋଧ କରିବାରୁ ସ୍ବାମୀ ବିଭିନ୍ନ ସମୟରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରପିଟ୍ କରୁଥିଲେ। ଏପରିକି ଦୁଇଦିନ ପୂର୍ବରୁ ମାରପିଟ୍ କରି ତାଙ୍କୁ ନେଇ ତାଙ୍କ ବାପଘର ବଜ୍ରକୋଟରେ ଛାଡ଼ି ଦେଇ ଆସିଥିଲେ। ଗତକାଲି ତାଙ୍କ ସ୍ବାମୀ ଘରକୁ ଆସି ତାଙ୍କ ଭାଉଜଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି। ଭାଉଜଙ୍କ ଦୁଇଟି ଝିଅ ଅଛନ୍ତି । ଗୋଟିଏ ଝିଅର ବୟସ ୮ ବର୍ଷ ହୋଇଥିବା ବେଳେ ଅନ୍ୟ ଝିଅର ବୟସ ୩ ବୋଲି ଜଣାପଡ଼ିଛି। ବଡ଼ ଝିଅକୁ ଘରେ ଛାଡ଼ି ଚାଲି ଯାଇଥିବା ବେଳେ ସାନ ଝିଅକୁ ସାଙ୍ଗରେ ନେଇଯାଇଥିବା ଜଣାପଡ଼ିଛି।

Share

Leave a Reply