ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତର ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ପରିବାର ପକ୍ଷରୁ ଏହାକୁ ହତ୍ୟା ଦର୍ଶାଇ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ୨୯ ସେପ୍ଟେମ୍ବର ସନ୍ଧ୍ୟା ସମୟରେ ସୂର୍ଯ୍ୟକାନ୍ତ ଭୁତିଆ ନାମକ ଏକ ଯୁବକ ନିଖୋଜ ହୋଇଥିବା ନେଇ ୩୦ ସେପ୍ଟେମ୍ବର ସକାଳେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସେହି ଦିନ ଦ୍ଵିପ୍ରହରରେ ଓଡାପଡା ବ୍ଲକ୍ କଣ୍ଟାବଣିଆ ଥାନା ନିକଟ ଯାଇଥିବା ରେଙ୍ଗାଳି କେନାଲରେ ଭାସମାନ ଅବସ୍ଥାରେ ସୂର୍ଯ୍ୟକାନ୍ତର ମୃତଦେହ ମିଳିଥିଲା। ସ୍ଥାନୀୟ ପୋଲିସ ଓ ବଅଁରପାଳ ଦମକଳବାହିନୀ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲେ।

ତେବେ ପରିବାରବର୍ଗ ମୃତଦେହକୁ ଦେଖି ଆଜି ବଅଁରପାଳ ଥାନାରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ପ୍ରାୟ ୬ ମାସ ହେବ ମୃତକର ପିତାଙ୍କର ମଧ୍ୟ କ୍ଷତବିକ୍ଷତ ମୃତ ଦେହ ମିଳିଥିଲା। ସୂର୍ଯ୍ୟକାନ୍ତର ଦେହରେ ପୋଷାକ ନ ରହିବା ଓ ଦେହରେ କ୍ଷତ ଚିହ୍ନ ଥିବା ହତ୍ୟା ବୋଲି ଦର୍ଶାଉଛି। ଏଣୁ ନ୍ୟାୟ ଦାବି କରିଛନ୍ତି ମୃତକର ପରିବାରବର୍ଗ।

Leave A Reply

Your email address will not be published.

error: Content is protected !!