ଅନୁଗୁଳ: ଛେଣ୍ଡିପଦା ବ୍ଳକ ଜଗନ୍ନାଥ ବସ ମାଲିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ଚୟନ କରାଯାଇଛି। ବାରମଞ୍ଚା ଗ୍ରାମର ବାଲିପଶିଠାରେ ଥିବା ଠାକୁରାଣୀ ପୀଠରେ ଏହି ବୈଠକ ବସିଥିଲା। ସଂଘର ଆଇନ ପରାମର୍ଶଦାତା ଲମ୍ବୋଦର ପ୍ରଧାନ ଓ ବସନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ନିର୍ବାଚନ ପରିଚାଳିତ ହୋଇ ସଭାପତି ଭାବେ ଉମେଶ ଚନ୍ଦ୍ର ପ୍ରଧାନ, ସାଧାରଣ ସଂପାଦକ ମନୋଜ କୁମାର ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ଭାବେ ବୁଦ୍ଧଦେବ ପ୍ରଧାନଙ୍କୁ ଚୟନ କରାଯାଇଥିଲା । ବୈଠକରେ ମାଧବଚନ୍ଦ୍ର ସାହୁ, ବାବୁଲୀ ଆଚାର୍ଯ୍ୟ, ମହେଶ୍ୱର ବେହେରା, ବିଜୟ ବେହେରା, ତ୍ରିଲୋଚନ ସାହୁ ପ୍ରମୁଖ ସଂଘ ସଦସ୍ୟ ଉପସ୍ଥିତ ଥିଲେ ।
ଛେଣ୍ଡିପଦା ବସ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା
- Post published:August 22, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
