ଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

You are currently viewing ଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମର ଜଣଙ୍କ ଘରୁ ଶନିବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଗାଁର ଦୟାନିଧି ସ୍ଵାଇଁଙ୍କ ଘରେ ଆଜି ଅପରାହ୍ନରେ ଏକ ନାଗ ସାପ ପଶି ଯାଇଥିଲା। ସାପ ଦେଖି ଦୟାନିଧି ଓ ତାଙ୍କ ପରିବାର ଲୋକ ଭୟରେ ବାହାରକୁ ପଳାଇ ଆସିଥିଲେ। ସାପକୁ ଉଦ୍ଧାର କରିବା ପାଇଁ ଦୟାନିଧି ସାପ ଉଦ୍ଧାରକାରୀ ମାଧପୁର ଅଞ୍ଚଳର ସିଦ୍ଧେଶ୍ଵର ରଥଙ୍କୁ ସୂଚନା ଦେଇଥିଲେ। ଖବର ପାଇ ସିଦ୍ଧେଶ୍ଵର ଦୟାନିଧିଙ୍କ ଘରେ ପହଞ୍ଚି ଉକ୍ତ ନାଗ ସାପକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ହଣ୍ଡପା ବନ ବିଭାଗ ଜଙ୍ଗଲରେ ଛାଡ଼ିଥିଲେ।

Share

Leave a Reply