ଅନୁଗୁଳ: ଦେଶରେ କୋଇଲାର ସଙ୍କଟ ନୁହେଁ, କେବଳ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରକାଶ କରିଛନ୍ତି। ଗୁରୁବାର ଦିନିକିଆ ଅନୁଗୁଳ ଜିଲ୍ଲା ତାଳଚେର ଗସ୍ତରେ ଆସି ଯୋଶୀ ରେଲୱେର ବିଭିନ୍ନ ସାଇଡିଂ ପରିଦର୍ଶନ କରିବା ସହ ଏମ୍ସିଏଲ୍ର କୋଇଲା ଉତ୍ପାଦନ ଓ ପ୍ରେରଣର ସମୀକ୍ଷା କରିଥିଲେ। ହିଙ୍ଗୁଳା ଏରିଆରୁ ଦୈନିକ ୨୨/୨୩ ରେକ୍ କୋଇଲା ପ୍ରେରଣରେ ଥିବା ସମସ୍ୟାର ସମାଧାନ କରିଥିଲେ। ନିଅଣ୍ଟିଆ କୋଇଲା ସ୍ଥିତି ପାଇଁ ଦେଶର କୌଣସି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବନ୍ଦ ହୋଇନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନ୍ଭେ, କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ, ଏମ୍ସିଏଲ୍ ସିଏମ୍ଡି ପି.କେ. ସିହ୍ନା, ନିର୍ଦ୍ଦେଶକ ବୈଷୟିକ ଓ.ପି. ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ହିଙ୍ଗୁଳା ଏରିଆରେ ଏକ ୱାଟର ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତାଳଚେର ଗସ୍ତ ପୂର୍ବରୁ ଦୁଇ କେନ୍ଦ୍ରମନ୍ତ୍ରୀ ପାରାଦୀପ ବନ୍ଦରରେ ପହଞ୍ଚି କୋଇଲା ଆମଦାନୀ, ରପ୍ତାନି ଓ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଥିଲେ।
କୋଇଲା ସଂକଟ ନୁହେଁ, ଦେଶରେ ନିଅଣ୍ଟିଆ ସ୍ଥିତି; କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- Post published:October 29, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
