ରୁଙ୍ଗଟା କୋଇଲା ଖଣି ଜନଶୁଣାଣିକୁ କଂଗ୍ରେସର ବିରୋଧ: ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

You are currently viewing ରୁଙ୍ଗଟା କୋଇଲା ଖଣି ଜନଶୁଣାଣିକୁ କଂଗ୍ରେସର ବିରୋଧ: ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

ଅନୁଗୋଳ: ଛେଣ୍ଡିପଦାରେ ପ୍ରସ୍ତାବିତ ମେସର୍ସ ରୁଙ୍ଗଟା କମ୍ପାନୀର ଅଳକାନନ୍ଦା କୋଇଲା ଖଣି ଜନଶୁଣାଣିକୁ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ପ୍ରକଳ୍ପ ଯୋଗୁଁ ୭୫୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ପ୍ରଭାବିତ ହେବ ଏବଂ ପ୍ରାୟ ୩.୩ ଲକ୍ଷରୁ ଅଧିକ ଗଛ କଟାଯିବାର ଆଶଙ୍କା ରହିଛି। ଏହାଦ୍ୱାରା ବ୍ୟାପକ ଜଙ୍ଗଲ କ୍ଷୟ, ଜୈବବିବିଧତା ବିନାଶ, ବନ୍ୟଜନ୍ତୁଙ୍କ ପ୍ରତି ବିପଦ, ଜଳ ଓ ବାୟୁ ପ୍ରଦୂଷଣ ସମେତ ବ୍ୟାପକ ବିସ୍ଥାପନ ସମସ୍ୟା ଉପୁଜିବ ବୋଲି ଦାବିପତ୍ରରେ ଉଲ୍ଲେଖ ଅଛି। ଦାବିପତ୍ର ଦେବା ସମୟରେ ତପନ କୁମାର ପ୍ରଧାନ, ରଶ୍ମି ରଞ୍ଜନ ସାହୁ, ରଞ୍ଜିତ ବେହେରା ଓ କୈଳାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply