ଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ, ସୂଚନା ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

0

ପୁରୀ: ଏଣିକି ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ। ଆଉ ଲୋକଙ୍କୁ କାଠ ନୁହେଁ, ବରଂ ଘଷିରେ ସତ୍କାର କରିବେ ପରିଜନ। ଏ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଯୋଜନା ପ୍ରସ୍ତୁତି କରୁଥିବା ନେଇ ଆଜି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମନ୍ତ୍ରୀ କହିଛନ୍ତି, ପ୍ରାରମ୍ଭିକ ଆଲୋଚନା ସରିଛି। ଏବେ ସ୍ୱର୍ଗଦ୍ୱାର କମିଟି ସହ ଆଲୋଚନା କରାଯିବ। ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ଗୋଶାଳା କରିଥିବା ବ୍ୟକ୍ତିଙ୍କ ସହ ଆଲୋଚନା ହେବ। ଖୁବଶୀଘ୍ର ବିଚାରବିମର୍ଶ କରି ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ।

ସେ ଆହୁରି କହିଛନ୍ତି, ଗୋସୁରକ୍ଷା, ଗୋ ମୂତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠନ ହେବ କମିଟି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। କମିଟିରେ ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ ସଦସ୍ୟ ରହିବେ। ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ କାମଧେନୁ ଯୋଜନା ଆରମ୍ଭ ହୋଇଛି ବୋଲି କହିଛନ୍ତି ଗୋକୁଳାନନ୍ଦ ମଲ୍ଲିକ। ଏହି ଯୋଜନାରେ ସ୍ୱର୍ଗଦ୍ୱାରରେ ଗୋବର ଘଷିରେ ଶବ ଦାହ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

error: Content is protected !!