ଶରୀରର ସବୁ ସମସ୍ୟା ଦୂର କରେ ଭୃସଙ୍ଗ ପତ୍ର ଚା’, ଜାଣନ୍ତୁ ଏହାର ପ୍ରସ୍ତୁତି ଓ ଫାଇଦା

0

ଭୃସଙ୍ଗ ପତ୍ର, ପ୍ରାୟ ସବୁ ଘରେ ବ୍ୟବହୃତ ହେଉଥିବା ଏକ ସାଧାରଣ ପତ୍ର। ଏହାକୁ ସମ୍ବର୍, ଡାଲି କିମ୍ବା ଇଡଲି ତିଆରିରେ ବାସ୍ନା ପାଇଁ ବ୍ୟବହାର କରାଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭୃସଙ୍ଗ ପତ୍ର ଚା’ ବ ଲୋକେ ପିଅନ୍ତି। ଏହା ଏକ ଔଷଧ ଭାବେ କାମ କରେ। ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ର ଚା’ ବନାଇବା ବିଧି ଓ ଫାଇଦା ବିଷୟରେ…

ଭୃସଙ୍ଗ ପତ୍ର ଚା’ ବନାଇବା ବିଧି:

ଏକ ଗ୍ଲାସ ପାଣିରେ ୨୦ ରୁ ୩୦ ଟି ଭୃସଙ୍ଗ ପତ୍ର ଫୁଟାନ୍ତୁ, ପାଣି ଅଧା ହୋଇଗଲେ ଛାଣିଦିଅନ୍ତୁ। ଏଥିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ।

ଭୃସଙ୍ଗ ପତ୍ର ଚା’ ପିଇବାର ଫାଇଦା:

ଭୃସଙ୍ଗ ପତ୍ର ଚା’ର ନିୟମିତ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ଏହି ଚା ପିଇବା ପରେ ଶରୀରକୁ ମଜବୁତ ଆଣ୍ଟି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଫଳରେ ତ୍ୱଚାରୁ ଫ୍ରି ରେଡିକାଲ ବାହାରିଯାଏ।

ଭୃସଙ୍ଗ ପତ୍ର ଶରୀରରୁ କୋଲୋଷ୍ଟ୍ରୋଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଓଜନ କମାଇବାକୁ ଚାହୁଁଥିଲେ, ଏହି ଚା’ ପିଇପାରିବେ।

ଭୃସଙ୍ଗ ପତ୍ରରେ ସାମାନ୍ୟ ଲକ୍ସଟିଭ୍ ପ୍ରପର୍ଟିଜ ଏବଂ ହଜମକାରୀ ଏନଜାଇମ୍ ରହିଥାଏ ଯାହା ଅନ୍ତନଳୀରେ ଉନ୍ନତି କରିଥାଏ। ଯାହାଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ।

ଆଖିକୁ ସୁସ୍ଥ ରଖିବା ପାଇଁ ନିଶ୍ଚିତ ଭାବରେ ଭୃସଙ୍ଗ ପତ୍ର ଚା ପିଅନ୍ତୁ। ଏଥିରେ ଭିଟାମିନ୍ ଏ ମିଳିଥାଏ, ଯାହା ଆଖି ସ୍ୱାସ୍ଥ୍ୟ ପାଇଁ ଜରୁରୀ।

ଏହି ଚା ପିଇବା ଦ୍ଵାରା କୋଷ୍ଠକାଠିନ୍ୟ, ଗ୍ୟାସ୍, ଝାଡା ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ମଧ୍ୟ ହୋଇପାରେ।

Leave A Reply

Your email address will not be published.

error: Content is protected !!