maa mangala vihar

ବେଧଡ଼କ ଚାଲିଛି ସାଇବର ଠକେଇ

ଓକିଲଙ୍କ ଆକାଉଣ୍ଟରୁ ଲୁଟିନେଲେ ୪୯ ହଜାର

0

ଅନୁଗୁଳ: ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଠକ। ନୂଆ ନୂଆ ଉପାୟ ଆପଣାଇ ଆଖି ପିଛୁଳାକେ ଖାଲି କରୁଛନ୍ତି ଲୋକଙ୍କ ଆକାଉଣ୍ଟ। କେତେବେଳେ ଲୋଭନୀୟ ଅଫର ଦେଇ ତ ଆଉ କେତେବେଳେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ବେଳେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ସାଇବର ଠକେଇ ଉଦବେଗଜନକ ଭାବେ ବଢ଼ି ଚାଲିଛି। ଗତ ବୁଧବାର ଅନୁଗୁଳ ସହରର ଜଣେ ଜଣାଶୁଣା ଓକିଲ ସାଇବର ଠକେଇର ଶିକାର ହୋଇଛନ୍ତି। ମୋବାଇଲ୍‌ ନମ୍ବର ଅକାମୀ ହୋଇଯିବା ବାହାନା ଦେଖାଇ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରୁ ୪୯ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଅନୁଗୁଳ ସହରର ଏହି ଆଇନଜୀବୀଙ୍କ ପାଖକୁ ୪ଟାରେ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା। ସେ ଫୋନ୍‌ ଉଠାଇବା ପରେ ସେପଟୁ ନିଜକୁ ଏକ ମୋବାଇଲ୍‌ କମ୍ପାନିର କର୍ମଚାରୀ ପରିଚୟ ଦେଇଥିଲା ସାଇବର ଠକ। ଏହି କମ୍ପାନିର ସିମକାର୍ଡ ବ୍ୟବହାର କରୁଛନ୍ତି ସ˚ପୃକ୍ତ ଆଇନଜୀବୀ। ୨୪ ଘଣ୍ଟା ମଧ୍ୟରେ ନମ୍ବରକୁ କମ୍ପାନି ଦ୍ବାରା ଯାଞ୍ଚ ନକରାଇଲେ ସିମ୍‌ ଅକାମୀ ହୋଇଯିବ କହି ଠକ ଫୋନ୍‌ କାଟି ଦେଇଥିଲା। ଏହାର କିଛି ସମୟ ପରେ ଅନ୍ୟ ଏକ ନମ୍ବରରୁ ଫୋନ୍‌ କରିଥିବା ସାଇବର ଲୁଟେରା। ତୁରନ୍ତ ମୋବାଇଲ୍‌ରେ କ୍ବିକ୍‌ ସପୋର୍ଟ ଆପ୍ଲିକେଶନ୍‌ ଡାଉନ୍‌ଲୋଡ୍‌ କରି ୧୦ ଟଙ୍କା ରିଚାର୍ଜ କରିବାକୁ ସାଇବର ଠକ ନିର୍ଦ୍ଦେଶ ଦେଇଥିଲେ। ଦୁର୍ବୃତ୍ତର କଥାରେ ଭାସି ଯାଇ ଓକିଲ ଜଣଙ୍କ ତାଙ୍କ ମୋବାଇଲ୍‌ରେ ଉକ୍ତ ଆପ୍ଲିକେଶନ୍‌ ଡାଉନ୍‌ଲୋଡ୍‌ କରି ୧୦ ଟଙ୍କା ରିଚାର୍ଜ କରିଥିଲେ। ଏହି ରିଚାର୍ଜ ସହ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୨୫ ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ୨୪ ହଜାର ଟଙ୍କା ଖାଲି ହୋଇଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.