ଗୃହ ନିର୍ମାଣ ଅନୁମତି ଟିକସ କମାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ଅନୁଗୁଳ ସଚେତନ ନାଗରିକ ମଞ୍ଚ

You are currently viewing ଗୃହ ନିର୍ମାଣ ଅନୁମତି ଟିକସ କମାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ଅନୁଗୁଳ ସଚେତନ ନାଗରିକ ମଞ୍ଚ

 

ଅନୁଗୁଳ: ଓଡ଼ିଶା ରାଜସ୍ୱ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଅନୁଗୁଳ ଗସ୍ତରେ ଆସିଥିଲେ। ଏ ଅବସରରେ ଗୃହ ନିର୍ମାଣ ନିମନ୍ତେ ଟାମଡା ଓ ପୌରାପାଳିକା ନେଉଥିବା ଟିକସରେ ରିହାତି ପ୍ରସଙ୍ଗରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକଙ୍କ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନା ମୁତାବକ, ଗୃହ ନିର୍ମାଣ ନିମନ୍ତେ ଅନୁଗୁଳରେ ଅନୁମତି ବାବଦକୁ ୧୫ ପ୍ରତିଶତ ଟିକସ ନିଆଯାଉଛି। ଜଣେ ସାଧାରଣ ବର୍ଗର ବ୍ୟକ୍ତି ପାଇଁ ଏହା ବହୁତ। ଏଣୁ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜସ୍ୱକୁ କମାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅନୁଗୁଳ ସଚେତନ ନାଗରିକ ମଞ୍ଚର ଆବାହକ ପର୍ଶୁରାମ ଦାଶ ଓ ସ୍ଵରପ କୁମାର ପାଢୀ, ଜୁଲୁ କୁମାର ସାହୁ, ବିଶ୍ୱଜିତ୍ ବିଶ୍ବାଳ ପ୍ରମୁଖ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share

Leave a Reply