୮ଟି ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

You are currently viewing ୮ଟି ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଅନୁଗୁଳ: ଏସ୍‌ଟିଏଫ୍‌ର (ସ୍ଵତନ୍ତ୍ର ଟାସ୍କ୍ ଫୋର୍ସ) ଚଢ଼ାଉ ବେଳେ ମିଳିଲା ୮ଟି ଦେଶୀ ବନ୍ଧୁକ, ୭ଟି ଗୁଳି। ଚୋରା ବନ୍ଧୁକ କାରବାର ନେଇ ଜଣକୁ ଗିରଫ କରିଛି ଏସ୍‌ଟିଏଫ୍ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କେରଜାଙ୍ଗ ଗାଁ ରୁ ଶନିବାର ବିଳମ୍ବିତ ରାତିରେ ଏସବୁ ବନ୍ଧୁକ ଜବତ କରିଛି ଏସ୍‌ଟିଏଫ୍ ।ଗିରଫ ଅଭିଯୁକ୍ତ ରତ୍ନାକର କାଲଟା, ତା ଘର ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସରାପାଲି ଗାଁ ରେ ବୋଲି ଜଣାପଡ଼ିଛି। ବେଆଇନ୍ ବନ୍ଧୁକ ବିକ୍ରି ନେଇ ଏସଟିଏଫ ପୂର୍ବରୁ ସୂଚନା ପାଇଥିଲା। ପ୍ରସ୍ତୁତି ଅନୁସାରେ ଅନୁଗୁଳ ଜିଲ୍ଲା କେରଜାଙ୍ଗ ଗାଁ ରେ ରେଡ୍ ହୋଇଥିଲା । ଯାଞ୍ଚ ବେଳେ ଅଭିଯୁକ୍ତ ରତ୍ନାକର ପାଖରୁ ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି ମିଳିଥିଲା। । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ରତ୍ନାକରକୁ ଅଧିକ ପଚରାଉଚରା ଜାରି ରହିଛି ।

Share

Leave a Reply