ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଧଣ୍ଡାପୋତା ଛକ ଠାରେ ମା’ ହିଙ୍ଗୁଳା ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ଓ ଯଜ୍ଞ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଶନିବାର ସକାଳୁ ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ମନ୍ଦିରରୁ ପୂଜକ କିଶୋର ଚନ୍ଦ୍ର ଦେହୁରୀଙ୍କ ଦ୍ବାରା ଆଲମ ଅଣାଯାଇଥିଲା । ଏହା ପରେ ଗ୍ରାମର ଶତାଧିକ ମହିଳା ମାନେ ଦେଉଳବନ୍ଧରୁ ଆଣିଥିବା କଳସ ପାଣିକୁ ଶୋଭାଯାତ୍ରା କରି ଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଦ୍ବାରା ସୂର୍ଯ୍ୟପୂଜା ଚଣ୍ଡିପାଠ ଏବଂ ପାରମ୍ପରିକ ନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ କର୍ତା ଭାବେ ମୋନାଲିସା ସାହୁ, ଅଞ୍ଜଳି ସାହୁ, ବିଜୟଲକ୍ଷ୍ମୀ ସାଇଁ, ମାନୀ ପ୍ରଧାନ, ମମତା ସାହୁ ଓ ମାମି ସାହୁଙ୍କ ଦ୍ବାରା ପୂର୍ଣାହୂତି କାର୍ଯ୍ୟ ସଂପନ୍ନ ହୋଇଥିଲା । ପରେ ନାମ ସଂକୀର୍ତନ ଏବଂ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞ କାର୍ଯ୍ୟକ୍ରମରେ ସହଦେବ ସାହୁ, ସମାଜସେବୀ କ୍ଷିରୋଦ ସାହୁ, ସୁକୁଟୁ ସାହୁ, ନାରାୟଣ ସାହୁ, ଆରତ ପ୍ରଧାନ, ତିଳ ବିଶ୍ଵାଳ, ନେକୁଳ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଧଣ୍ଡାପୋତା ଛକ ମା’ ହିଙ୍ଗୁଳା ମନ୍ଦିରର ବାର୍ଷିକ ଉତ୍ସବ
- Post published:March 5, 2022
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau
