ଖୁବଶୀଘ୍ର ପ୍ରଭାବଶାଳୀ ସ୍ଥିତିରେ ରହିବେ ଧର୍ମେନ୍ଦ୍ର ପ୍ରଧାନ: ସାଂସଦ ରୁଦ୍ର

You are currently viewing ଖୁବଶୀଘ୍ର ପ୍ରଭାବଶାଳୀ ସ୍ଥିତିରେ ରହିବେ ଧର୍ମେନ୍ଦ୍ର ପ୍ରଧାନ: ସାଂସଦ ରୁଦ୍ର

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ ଦିନରେ ଏକ ଅଧିକ ପ୍ରଭାବଶାଳୀ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦେଖିବାକୁ ମିଳିବ ବୋଲି ଢେଙ୍କାନାଳ ସାଂସଦ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି।

ସାଂସଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ରାଜନାଥ ସିଂହ ତାଙ୍କୁ ବେଶ୍ ଗୁରୁତ୍ୱ ଦେଉଛନ୍ତି। ଅନୁଗୋଳ ମାଟିର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ତାଙ୍କୁ ଖୁବ୍ ଶୀଘ୍ର ବଡ଼ ସାଙ୍ଗଠନିକ କିମ୍ବା ରାଜନୈତିକ ସ୍ଥିତିରେ ଦେଖିବାକୁ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ତାଙ୍କର ଏହି ମନ୍ତବ୍ୟ ପରେ ସ୍ଥାନୀୟ ଅଞ୍ଚଳ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସାଧାରଣ ଜନତା ଓ ସମର୍ଥକମାନେ ଏହାକୁ ନେଇ ବିଭିନ୍ନ ଆକଳନ ଆରମ୍ଭ କରିଦେଇଛନ୍ତି। 

Share

Leave a Reply