ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ବରଗଡ଼କୁ ହରାଇ କୁଚିଣ୍ଡା ଚମ୍ପିୟନ୍

You are currently viewing ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ବରଗଡ଼କୁ ହରାଇ କୁଚିଣ୍ଡା ଚମ୍ପିୟନ୍

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଗତ ୭ ତାରିଖରୁ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କୁଚିଣ୍ଡା ବରଗଡ଼କୁ ପେନାଲଟି ସୁଟ୍ ଆଉଟ୍ ୫-୪ ଗୋଲରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି।ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଆଲୋକ ଏକ୍କା ଶ୍ରେଷ୍ଠ ଗୋଲ କିପର, ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ସମୀର ପ୍ରଧାନ ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ରୂପେ ଚିନି କିଷାନ୍ ପୁରସ୍କୃତ ହୋଇଥିଲେ। ଶିବ ଶଙ୍କର ପଣ୍ଡା ଖେଳ ପରିଚାଳନା କରିଥିଲେ।

ଉଦଜାପନୀ ଦିବସରେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ, ଜିନ୍ଦଲ ଷ୍ଟିଲର ଭାଇସ ପ୍ରେସିଡେଣ୍ଟ ସିଏସଆର ରିଶି ପଠାନିଆ, ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ୱର୍ ଝା, ଜେଲ ସୁପରିନଟେଣ୍ଡେଣ୍ଟ ପ୍ରଦୀପ୍ତ କୁମାର ବେହେରା, ଜିନ୍ଦଲ ଇଭିପି ପିକେ ପଣ୍ଡା ଏବଂ ଜିଏମସିଏସଆର ଜୟନ୍ତ ମହାନ୍ତି , ଜିଏମ ମାଇଁନସ୍ ଆଶୁତୋଷ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଚମ୍ପିଆନ କୁଚିଣ୍ଡା ଦଳକୁ ଅତିଥି ମାନେ ନଗଦ ୭୦ ହଜାର ଟଙ୍କା ଓ ଟ୍ରଫି ଏବଂ ରନର ଅପ ବରଗଡ଼ ଦଳକୁ ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।

Share

Leave a Reply