ଅନୁଗୁଳ: ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ ଭାରତ ସରକାରଙ୍କ ବିଜ୍ଞାନ ଵୈଷୟିକ ପ୍ରଯୁକ୍ତି ମନ୍ତ୍ରଣାଳୟ ଓ ଓଡିଶା ସାମାଜିକ ସଂସ୍କୃତି ଵିକାଶ କେନ୍ଦ୍ର ସହଯୋଗରେ ବିଜ୍ଞାନ ଶିକ୍ଷା ଦାନ କ୍ଷେତ୍ରରେ ସ୍ଵଳ୍ପ ମୂଲ୍ୟ ଭିତ୍ତିକ ଶିକ୍ଷଣ ସାମଗ୍ରୀ ଵ୍ୟଵହାର ଶିର୍ଷକ ଏକ ତିନିଦିନିଆ କର୍ମଶାଳା(୨୭-୨୯ନଭେମ୍ଵର) ଆୟୋଜିତ ହୋଇଯାଇଛି। କର୍ମଶାଳାକୁ ସରାଙ୍ଗ ସ୍ଥିତ ଆଇଜିଆଇଟିର ରସାୟନ ବିଜ୍ଞାନ ଵିଭାଗର ମୁଖ୍ୟ ଡଃ ଵିନୋଦ ଵିହାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। କର୍ମଶାଳାରେ ବିଜ୍ଞାନ ଶିକ୍ଷାଦାନ କ୍ଷେତ୍ରରେ ସ୍ଵଳ୍ପ ମୂଲ୍ୟ ର ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଏବଂ ଵ୍ୟଵହାର ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଜିଲ୍ଲାର ୨୫ଟି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଯୋଗଦେଇଥିଲେ। ତାଲିମଦାତା ଡ.ମନୋଜ କୁମାର ଘୋସଲ ୨ଶହରୁ ଊର୍ଦ୍ଧ୍ବ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଵା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହାର ବ୍ୟବହାର ଉପରେ ତାଲିମ ପ୍ରଦାନ କରିଥିଲେ। ସଂସ୍ଥାର ଓଡିଶା ମୁଖ୍ୟ ବନମାଳୀ ସାହୁଙ୍କ ଉପସ୍ଥିତିରେ ଆୟୋଜିତ ଏହି କର୍ମଶାଳାରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ବେହେରା, ଉପାଧ୍ୟକ୍ଷ ଡଃ ମନୋରଞ୍ଜନ ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାଶ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ନମିତା ରଥ ମଞ୍ଚ ପରିଚାଳନା କରିଥିଲେ।
ଜିଲ୍ଲା ସ୍ତରୀୟ ସ୍ବଳ୍ପ ମୂଲ୍ୟ ଶିକ୍ଷଣ ସାମଗ୍ରୀ ଵ୍ୟଵହାର କର୍ମଶାଳା
- Post published:December 2, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul