ତାଳଚେର: ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ୍ (ଜେସିଆଇ) ପକ୍ଷରୁ ତାଳଚେର ଠାରେ ସପ୍ତାହେ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ରୋଲର ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତାଳଚେର ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ମହାନ୍ତି ଯୋଗଦେଇ ଜେସିଆଇର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଡ. ରଶ୍ମିରଞ୍ଜନ ମିଶ୍ର, ଜୋନ ଜାତୀୟ ସଭାପତି ଆଶିଷ କୁମାର ଅଗ୍ରୱାଲ, ଜାତୀୟ ସ୍କେଟିଂ ପ୍ରଶିକ୍ଷକ ରବିନ୍ଦ୍ର ମିଶାଲ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜେସିଆଇର ସଭାପତି ଦୀପ୍ତିରଞ୍ଜନ ବିଶ୍ବାଳ, ପ୍ରକଳ୍ପ ଆବାହକ ସରୋଜ କୁମାର ଗିରି, ଅଭିଲିପ୍ ମିଶ୍ର,ସମ୍ପାଦକ କୁଶଲ ଅଗ୍ରୱାଲା, ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଅଗ୍ରୱାଲା, ପୂର୍ବତନ ସଭାପତି ବାସୁଦେବ ସାହୁ, ମନିଷ ଅଗ୍ରୱାଲ, ରାକେଶ ଗୁପ୍ତା, ଜିତେନ୍ଦ୍ର ଅଗ୍ରୱାଲା, ସୀମା ଅଗ୍ରୱାଲା, ତାନିଆ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରର ନାଗପୁରରୁ ଆସିଥିବା ଖ୍ୟାତିସମ୍ପନ୍ନ ଅର୍ନ୍ତଜାତୀୟ ସ୍କେଟିଂ ପ୍ରଶିକ୍ଷକ ଜେସି ରବିନ୍ଦ୍ର ମିଶାଲ ତାଲିମ ପ୍ରଦାନ କରିଥିଲେ। ଏବେ ସ୍କୁଲରେ ଗ୍ରୀଷ୍ମ ଛୁଟି ଚାଲୁଥିବାରୁ ଏହି ଶିବିର ଦ୍ଵାରା ପିଲାମାନଙ୍କ ଶାରୀରିକ ସୁସ୍ଥତା ରହିବା ସହିତ ତାଳଚେର ଭଳି ଶିଳ୍ପ ସହରରେ ପିଲାମାନଙ୍କୁ କିଛି ନୂଆ ଶିଖିବାର ସୁଯୋଗ ଜେସିଆଇ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ସ୍କେଟିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୪ ବର୍ଷରୁ ଊର୍ଦ୍ଧ୍ବ ବାଳକ ବାଳିକା ଓ ବୟସ୍କ ବ୍ୟକ୍ତିମାନେ ତାଲିମ ନେଇଥିଲେ । ଉଦଯାପନୀ ସଂଧ୍ୟାରେ ଜେସିଆଇ ପକ୍ଷରୁ ପ୍ରଶିକ୍ଷାର୍ଥୀ ଓ ଅଭିଭାବକମାନଙ୍କୁ ମେଡାଲ୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।