ଅନୁଗୁଳ : ଅନୁଗୁଳ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତ୍ୟଧିକ ମାଲ ବୋଝୋଇ ଗାଡି ଚଳାଚଳ, ଟ୍ରାଫିକ୍ ନିୟନ୍ତ୍ରଣକୁ ନମାନିବା ଓ ଖରାପ ରାସ୍ତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଯାଞ୍ଚ କାର୍ଯ୍ୟକୁ କଡାକଡି କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ବୈଠକରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଯୋଗଦେଇ ରାସ୍ତାର ଦୁରାବସ୍ଥା ପାଇଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛିବୋଲି ପ୍ରକାଶ କରିଥିଲେ। ଉଭୟ ସମ୍ବଲପୁର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣ ରାସ୍ତାର ଆଶୁ ମରାମତି କରିବାକୁ ବୈଠକରେ ପ୍ରସ୍ତାବ ଦିଆଗଲା। ଜିଲ୍ଲାରେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ୧୦୨ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ୨୦୧୮ ମସିହାରେ ୨୫୮ ଜଣ, ୨୦୧୯ରେ ୨୧୨ ଜଣ ଓ ୨୦୨୦ରେ ୧୯୨ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ବୋଲି ସୂଚନା ଦିଆଗଲା। ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଯାଞ୍ଚ କାର୍ଯ୍ୟକୁ ବ୍ୟାପକ କରାଯାଇଛି। ୨୦୨୧ ମସିହା ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ବିନା ହେଲମେଟରେ ଗାଡି ଚଳାଉଥିବା ୨୫୩୯ ଜଣ, ବିନା ସିଟ୍ ବେଲଟରେ ୩୬୨ ଜଣ ଓ ଦ୍ରୁତ ଗତିରେ ଗାଡି ଚଳାଉଥିବା ୨୦୩୦ ଜଣ, ମଦ୍ୟପାନ କରି ଗାଡି ଚଳାଉଥିବା ୮୨ ଜଣ, ଅତ୍ୟଧିକ ମାଲ ପରିବହନ କରିଥିବା ୩୦୭ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାସହ ୧୪୦୪ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି ଓ ୩୦୮ ଜଣଙ୍କର ଗାଡି ବାଜ୍ୟାପ୍ତ କରାଯାଇଛି ବୋଲି ସୂଚନା ଉପସ୍ଥାପନ କରାଗଲା। ବୈଠକରେ ଟ୍ରକ୍ ଟର୍ମିନାଲ ନିର୍ମାଣ କରିବାକୁ ଗୁରୁତ୍ବାରୋପ କରାଯାଇଥିଲା। ପ୍ରାରମ୍ଭରେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଂହାର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ କୁମାର ନାୟକ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିନୟ ପଲ, ଅଧିସ୍ବିକୃତ ସାମ୍ବାଦିକ ସଂଗ୍ରାମ ରଂଜନ ଦାସଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ
- Post published:September 24, 2021
- Post category:ମୁଖ୍ୟ ଖବର
- Post comments:1 Comment
- Post author:Angul TV Bureau
Tags: Angul



Sir speed limit any veh who is over load and normal veh