ଡାକ୍ତରଙ୍କୁ ମାଡ଼ ଘଟଣା, ଜଣେ ଗିରଫ

You are currently viewing ଡାକ୍ତରଙ୍କୁ ମାଡ଼ ଘଟଣା, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ମାସ ୨୯ ତାରିଖରେ ଡାକ୍ତରଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଜାମୁଗାଡ଼ିଆର ଜୟନ୍ତ ସାହୁଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସେଦିନ ଫିନାଇଲ୍ ପିଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିର ଚିକିତ୍ସା କରାଯିବା ଦାବିରେ ବନ୍ତଳା ଥାନା ଜାମୁଗାଡ଼ିଆ ଗାଁର କିଛି ଲୋକ ବନ୍ତଳା ଡାକ୍ତରଖାନାରେ ଡା. ସୌମ୍ୟରଞ୍ଜନ ନନ୍ଦ, ଡା. ବିଶ୍ୱଜିତ ନାୟକ, ଫାର୍ମାସିଷ୍ଟ ହରିଶ୍ଚନ୍ଦ୍ର ପାଲଙ୍କୁ ମାଡ଼ପିଟ କରିଥିଲେ। ଡାକ୍ତରଖାନା ପକ୍ଷରୁ ଏ ସଂପର୍କରେ ୪ ଜଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ଜାମୁଗାଡ଼ିଆର ଜୟନ୍ତ ସାହୁଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।

 

Share

Leave a Reply