ବଡ଼ଭାଇ କଟୁରି ଚୋଟରେ ସାନ ଗୁରୁତର

You are currently viewing ବଡ଼ଭାଇ କଟୁରି ଚୋଟରେ ସାନ ଗୁରୁତର

ଅନୁଗୁଳ:ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନଳକୂଅରୁ ନିର୍ଗତ ପାଣିକୁ ନେଇ ଦୁଇ ଭାଇ ମଧ୍ୟରେ ପାଟିତୁଣ୍ଡ ହୋଇ ପରେ ବଡ ଭାଇର କଟୁରି ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି। ପୁଲିସ ସୂତ୍ରରୁ ପ୍ରକାଶ, ସୋମବାର ଦିନ ୧୨ ଟାରେ ଘର ସମ୍ମୁଖରେ ଥିବା ନଳକୂଅରୁ ନିର୍ଗତ ପାଣି ଘରକୁ ପଶୁଥିବାରୁ ବଡଭାଇ ଲମ୍ବୋଦର ବେହେରା(୪୨) ଓ ସାନଭାଇ ଶମ୍ଭୁନାଥ ବେହେରା(୪୦)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଲମ୍ବୋଦର ଏକ କଟୁରିରେ ଶମ୍ଭୁଙ୍କୁ ଆକ୍ରମଣ କରିଥିଲେ। କଟୁରି ଚୋଟରେ ଶମ୍ଭୁନାଥ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଶମ୍ଭୁନାଥଙ୍କ ଅଭିଯୋଗରେ ଛେଣ୍ଡିପଦା ପୁଲିସ ଘଟଣାର ତଦନ୍ତ କରୁଛି।

Share

Leave a Reply