ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ନକଲି ଶିକ୍ଷୟିତ୍ରୀ ଗିରଫ

You are currently viewing ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ନକଲି ଶିକ୍ଷୟିତ୍ରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟର କ୍ରିଡ଼ା ଶିକ୍ଷୟତ୍ରୀ ସୁପ୍ରଭା ସାହୁଙ୍କୁ ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତ ପାଇଥିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ସୂଚନା ମୁତାବକ, ଗତ ୭ ତାରିଖରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ଶିକ୍ଷା ଜିଲ୍ଲାରେ ୧୦ ଜଣ କ୍ରିଡ଼ା ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଛନ୍ତି। ଏହି ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହି ୧୦ ଜଣଙ୍କ ମଧ୍ୟରୁ ପୁଲିସ ସୁପ୍ରଭା ସାହୁଙ୍କୁ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply