ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପାଣପସି ୟୁପି ସ୍କୁଲ ସମୁଖରେ ଜଣେ ଯୁବକଙ୍କୁ ପଥରରେ ଛେଚି ରକ୍ତାକ୍ତ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଛେଣ୍ତିପଦା ଥାନା ପାଣପସି ଗ୍ରାମର ହେମନ୍ତ ମାଝୀ ବୁଧବାର ପୁରୁଣାଗଡ ପୁରୁଣାସାହିରୁ କାମ ସାରି ଘରକୁ ଫେରୁଥିବା ବେଳେ ଗୋବିନ୍ଦପୁର ସାହିର ଲିକୁ ବେହେରା, ଜିତେନ ବେହେରା ଓ ବାଗଡ଼ିଆ ଥାନା ନୂଆଗାଁ ଗ୍ରାମର ବିରୁ ମାଝୀ ପାଣପସି ୟୁପି ସ୍କୁଲ ସମୁଖରେ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ହେମନ୍ତ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଲିକୁ ବେହେରା ଏକ ପଥର ଆଣି ହେମନ୍ତଙ୍କ ମୁଣ୍ତରେ ଛେଚି ଦେଇଥିଲେ। ଫଳରେ ହେମନ୍ତ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ଏହା ଦେଖି ୩ ଜଣ ସେଠାରୁ ପଳାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଛେଣ୍ତିପଦା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ହେମନ୍ତ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଗୁରୁବାର ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି।
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପଥରରେ ଛେଚି ରକ୍ତାକ୍ତ କରି ଜଙ୍ଗଲରେ ଛାଡ଼ି ଚାଲିଗଲେ
- Post published:October 26, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
