FLS 2026: ଫିଲ୍ଡ ଇନଭେଷ୍ଟିଗେଟରଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ

You are currently viewing FLS 2026: ଫିଲ୍ଡ ଇନଭେଷ୍ଟିଗେଟରଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ

ଅନୁଗୋଳ: ଆସନ୍ତା ଅଗଷ୍ଟ ୨୪ ଓ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଫାଉଣ୍ଡେସନାଲ ଲର୍ଣ୍ଣିଂ ସର୍ଭେ (FLS) 2026 ପାଇଁ ଫିଲ୍ଡ ଇନଭେଷ୍ଟିଗେଟର (FIs) ମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି।

ଅଭିଜ୍ଞ ମାଷ୍ଟର ରିସୋର୍ସ ପର୍ସନମାନେ ସର୍ଭେର କାର୍ଯ୍ୟପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ତଥ୍ୟ ସଂଗ୍ରହ ଉପରେ ହ୍ୟାଣ୍ଡ୍ସ-ଅନ୍ ପ୍ରାକ୍ଟିକାଲ୍ ପ୍ରଦାନ କରିଥିଲେ। ରାଜ୍ୟ ନିପୁନ ସେଲର ପର୍ଯ୍ୟବେକ୍ଷକ ଜ୍ୟୋତିର୍ମୟ ଏହି ସମଗ୍ର ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ।

ଏହି ପ୍ରଶିକ୍ଷଣରେ ୨ ଜଣ ସଂରକ୍ଷିତ ତାଲିକାଭୁକ୍ତ FIs ସମେତ ମୋଟ ୪୮ ଜଣ ଅଂଶଗ୍ରହଣ କରିଥିଲେ। ଏହା ସଠିକ୍ ତଥ୍ୟ ସଂଗ୍ରହ ଏବଂ ଶିଶୁମାନଙ୍କର ମୌଳିକ ଶିକ୍ଷଣର ପ୍ରକୃତ ଚିତ୍ର ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Share

Leave a Reply