ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଙ୍ଗାରୁଆ ଇଲାକାରୁ ୫ ଦିନ ତଳେ ଚୋରି ଏବଂ ଦୁଇ ଦିନ ତଳେ ପ୍ରଜାମଣ୍ଡଳ ଭବନ ନିକଟରୁ ଲୁଟପାଟ୍ ଘଟଣାରେ ସଫଳତା ପାଇଛି ତାଳଚେର ପୁଲିସ । ଏହି ଦୁଇ ଦୁଇଟି ଅପରାଧିକ ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଚୋରି ସୁନାଗହଣା ଏବଂ ମୋବାଇଲ୍ ଫୋନ୍ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି।ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ତାଳଚେର ଥାନା ଅଙ୍ଗାରୁଆରେ ରହୁଥିବା ସଞ୍ଜୟ ପଣ୍ଡା ଓ ପରିବାର ଲୋକ ଗତ ୧୫ ତାରିଖରେ ଘରେ ନଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ ଘରୁ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶିଥିଲେ ଏବଂ ଲୁହା ଆଲମିରା ଭାଙ୍ଗି ୩୦ ଗ୍ରାମ୍ ଓଜନର ସୁନା ଗହଣା ନେଇଯାଇଥିଲେ। ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଘଟଣାରେ ଉମେଶ କୁମାର ଅଗ୍ରୱାଲ ଓରଫ କାହ୍ନୁ (୨୭), ସଞ୍ଜୟ ପାଲସିଂହ ଓରଫ ମୂଷା (୨୦) ପ୍ରମୁଖ ଅଭିଯୁକ୍ତ, ଦୁହେଁ ଘର ତାଲା ଭାଙ୍ଗି ଚୋରି କରିଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରି ଉଭୟଙ୍କୁ କାବୁ କରିଥିଲା। ଚୋରି ସୁନା ଅଳଙ୍କାରରୁ କିଛି ଗହଣା ଉମେଶ ନିଜ ମା’ ପାଖରେ ରଖିଥିଲା। ଅବଶିଷ୍ଟ ସୁନା ବାପା ଗୌରୀଶଙ୍କର ଅଗ୍ରୱାଲା (୫୭) ସହ ମିଶି ଶର୍ମାଛକସ୍ଥିତ ଏକ ଅଳଙ୍କାର ଦୋକାନୀ ରବିନାରାୟଣ ମହାପାତ୍ରଙ୍କୁ ବିକ୍ରି କରିଥିଲେ ବୋଲି ପୁଲିସ ଜେରା ବେଳେ ଜଣାପଡ଼ିଥିଲା। ସେହିପରି ଚଳିତ ମାସ ୧୭ ତାରିଖ ପୂର୍ବାହ୍ନରେ ଦୁଇ ଜଣ ଛାତ୍ରଛାତ୍ରୀ ହାଟତୋଟା ସ୍ଥିତ ପ୍ରଜାମଣ୍ଡଳ ପାଠାଗାରକୁ ପଢ଼ିବାକୁ ଯାଉଥିବା ବେଳେ ଉମେଶ ଓ ସଞ୍ଜୟ ଉଭୟଙ୍କୁ ମାରଧର କରିବା ସହ ମାରଣାସ୍ତ୍ର ଦେଖାଇ ଦୁଇଟି ମୋବାଇଲ ଫୋନ୍ ଓ ୪ ହଜାର ଟଙ୍କା ଛଡ଼ାଇ ନେଇଥିଲେ ତାଳଚେର ଥାନା ଆଇଆଇସି ଶ୍ରୀନିବାସ ସେଠୀଙ୍କ ନେତୃତ୍ବରେ ପୁଲିସ ଟିମ୍ ମାମଲାର ତଦନ୍ତ ଚଳାଇଥିଲା। ଏହି ଦୁଇଟି ଘଟଣାରେ ସଂଜୟ, ଉମେଶ ଏବଂ ଉମେଶର ବାପା-ମାଙ୍କ ସମେତ ଚୋରି ଅଳଙ୍କାର କିଣିଥିବା ଦୋକାନୀ ରବିନାରାୟଣ ମହାପାତ୍ରଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
ଡ଼କାୟତି ଓ ସୁନାଚୋରି ଅଭିଯୋଗରେ ମହିଳାଙ୍କ ସହ ୪ ଗିରଫ
- Post published:December 21, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
