US CARE

ଅଏଡ଼ାରେ ଚୁଡ଼ାଖାଇ ଯାତ୍ରା

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତର କୁଟଗାଁଠାରେ ଚୁଡାଖାଇ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଧାନଚାଷ ପରେ ନୂଆ ଧାନରେ ଚୁଡା ପ୍ରସ୍ତୁତ କରାଯାଇ ମା’ ମହାସତୀଙ୍କଠାରେ ଭୋଗ ଲଗାଯାଏ। ଯାହାକି ଚୁଡାଖାଇ ଯାତ୍ରା ନାମରେ ପ୍ରସିଦ୍ଧ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଏଡ ଓ ଲୁହାସିଙ୍ଗା ପଞ୍ଚାୟତର ପ୍ରାୟ ୧୯ଟି ଗାଁ ଏହି ଯାତ୍ରାରେ ସାମିଲ ହୋଇଥିଲେ। ନାମ ସଂକୀର୍ତ୍ତନ ଓ ରାମାୟଣର ସୁନ୍ଦରକାଣ୍ଡ ପାରାୟଣ ଉପସ୍ଥିତ ଭକ୍ତଙ୍କର ମନ ମୋହିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମା’ମହାସତୀ ଉନ୍ନୟନ କମିଟି ର ସଭାପତି ଚିତ୍ତରଞ୍ଜନ କର୍ଣ୍ଣ, ଉପସଭାପତି ପ୍ରମୋଦ ରାଉତ, ସମ୍ପାଦକ ଜ୍ଞାନରଞ୍ଜନ ଭୋଇ, ସରପଞ୍ଚ ଦଶରଥ ପ୍ରଧାନ ପ୍ରମୁଖ ଏହି ଯାତ୍ରାକୁ ସଫଳ କରିବାରେ ସହାୟକ ହୋଇଥିଲେ।

Leave A Reply

Your email address will not be published.