ଚାକିରୀ ନାଁରେ ଠକେଇ: ସୁପରଭାଇଜର ନିଲମ୍ବିତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିକ୍ୟୁରିଟି ବିଭାଗର ସୂପରଭାଇଜର ଦୁଇ ଜଣ ଯୁବତୀଙ୍କ ଠାରୁ ୫୬ ହଜାର ଲେଖାଏଁ ନେଇ ଚାକିରୀ କରାଇ ଦେବାକୁ କହି ବାରମ୍ବାର ଦୌଡ଼ାଇବା ପରେ ସେ ଦୁହେଁ ଗତ କାଲି ଅନୁଗୁଳ ଥାନାର ଦ୍ବାରସ୍ଥ ହୋଇଥିଲେ। ଡିସେମ୍ବର ମାସରୁ ପଇସା ନେଇ ଚାକିରୀ ଦେଇ ନପାରିବା,ଅଣ୍ଡର ମ୍ୟାଟ୍ରିକ ଯୁବତୀଙ୍କୁ ଜାଲ ସାର୍ଟିଫିକେଟ କରାଇଦେବି ବୋଲି କହିବା ନେଇ ଥାନାରେ ଯୁବତୀ ଦ୍ବୟ ଅଭିଯୋଗ କରିଥିଲେ। ସୂପରଭାଇଜର ମଞ୍ଜୁ ଦେହୁରୀଙ୍କୁ ପୁଲିସ ଥାନାକୁ ଡ଼କାଇବା ପରେ ସେ ଯୁବତୀ ଦ୍ଵୟଙ୍କୁ ପଇସା ଫେରାଇବାକୁ ପ୍ରତିଶ୍ରୁତି ଦେବାରୁ ପୁଲିସ ଛାଡି ଦେଇଥିଲା। କିନ୍ତୁ ଏଥିନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ସିକ୍ୟୁରିଟୀ ଠିକା ସଂସ୍ଥା ପକ୍ଷରୁ ସଂପୃକ୍ତ ସୁପରଭାଇଜରଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.

error: Content is protected !!