ଆଖି ଫୁଟାଇଲେ ଡାକ୍ତର, କ୍ଷତିପୂରଣ ଦେଲେ ସରକାର

You are currently viewing ଆଖି ଫୁଟାଇଲେ ଡାକ୍ତର, କ୍ଷତିପୂରଣ ଦେଲେ ସରକାର

ଅନୁଗୁଳ: ୨୦୨୪ ମସିହାର ଅନୁଗୁଳର ଡ଼ା ପ୍ରଧାନ ଆଇ କେୟାରରେ ବହୁ ଚର୍ଚ୍ଚିତ ଦୃଷ୍ଟିଶକ୍ତି ହରାଇବା ମାମଲାରେ କ୍ଷତିପୂରଣ ଦାବି କରିଥିବା ୧୩ ଜଣ ପୀଡ଼ିତଙ୍କୁ ରାଜ୍ୟ ସରକାର ଗତ ୨୧ ତାରିଖରେ କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏଥିନେଇ ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ କହିଛନ୍ତି କି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପୀଡ଼ିତଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଟ୍ରାନସ୍ଫର କରାଯାଇଛି।

ମାମଲାଟିବ୨୧ ୬.୨୦୨୪ ରେ ଘଟିଥିଲା। ଅମଲାପଡ଼ାରେ ଥିବା ଡ଼ା ପ୍ରଧାନ ଆଇ କେୟାରରେ ସବୁ ଗୁରୁବାର ଭଳି ରୋଗୀ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ୧୩ ଜଣ ପୁରୁଷ ଓ ମହିଳା ରୋଗୀ ନାମ ପଞ୍ଜିକରଣ କରିବା ସହ ପଇସା ଡିପୋଜିଟ୍ କରିଥିଲେ।ଅସ୍ତ୍ରୋପଚାର ପୂର୍ବରୁ ସେମାନଙ୍କ ଆଖିରେ ଏକ ତରଳ ଔଷଧ ପକାଯାଇଥିଲା। ଡାକ୍ତର ଦିନ ପ୍ରାୟ ଗୋଟାଏ ବେଳେ ଆସି ଫାକୋ ମେସିନ୍ ସାହାଯ୍ୟରେ ଅସ୍ତ୍ରୋପଚାର କରିଥିଲେ।

ତେବେ ରୋଗୀମାନେ ଘରକୁ ଯିବାର କିଛି ସମୟ ପରେ ସବୁ ରୋଗୀଙ୍କ ଯନ୍ତ୍ରଣା ଅସମ୍ଭବ ବଢ଼ିଥିଲା। କିଛି ଅଘଟଣ ଘଟିଥିବା ଜାଣି ଘଟଣାକୁ ଚାପି ଦେବାପାଇଁ ରୋଗୀମାନଙ୍କୁ ଡକାଇ ଗାଡ଼ି ମଟର କରି ସମ୍ବଲପୁରର ବୁର୍ଲା ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ମାନେ ମାତ୍ରାଧିକ ସଂକ୍ରମଣ ହୋଇଥିବାରୁ ରୋଗୀମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବେ ବୋଲି ସନ୍ଦେହ ପୋଷଣ କରିଥିଲେ। ଏହାପରେ ରୋଗୀମାନେ ପୁଣି ଅର୍ଥ ଖର୍ଚ୍ଚ କରି କିଏ କଟକ କିଏ ଭୁବନେଶ୍ୱର ଯାଇ ଚିକିତ୍ସିତ ହୋଇଥିଲେ। ତେବେ ସବୁ ପରିଶ୍ରମ ବୃଥା ଯାଇଥିଲା। ୧୩ ଜଣ ରୋଗୀ ସେମାନଙ୍କ ଗୋଟିଏ ଲେଖାଏଁ ଆଖି ହରାଇ ଥିଲେ।

ଏ କଥା ଗଣ ମାଧ୍ୟମରେ ପ୍ରଚାରିତ ହେବା କ୍ଷଣି ଜିଲ୍ଲାପାଳ କ୍ଲିନିକକୁ ସିଲ୍ କରି ତଦନ୍ତ ଆଦେଶ ଦେଇଥିଲେ। ଏସବୁ ଭିତରେ ପୀଡ଼ିତ ମାନେ ମାନବ ଅଧିକାର କମିଶନର ଦ୍ୱାରସ୍ଥ ହୋଇଥିଲେ।କମିଶନର ହସ୍ତକ୍ଷେପ ଯୋଗୁଁ ସରକାରଙ୍କୁ କ୍ଷତି ପୂରଣ ଦେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା।

କିନ୍ତୁ ଅଭିଯୁକ୍ତ ଡାକ୍ତର ଚନ୍ଦ୍ରଶେଖର ପ୍ରଧାନ ଓ ବିଶ୍ୱଜିତ୍ ଦେଙ୍କ ବିରୁଦ୍ଧରେ କୌଣସି ଆଖି ଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହାର ଫାଇଦା ନେଇ ଉଭୟ ଡାକ୍ତର ଏବେ ଷ୍ଟେସନ୍ ରୋଡରେ ନୂଆ ନାଁରେ କ୍ଲିନିକ୍ ଖୋଲି ନିଜ ବେପାର ଚଳାଇଛନ୍ତି। ପୀଡ଼ିତ ମାନେ କ୍ଷତିପୂରଣ ପାଇ ସରକାରଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅଭିଯୁକ୍ତ ଡାକ୍ତର ଦ୍ୱୟ ଖସି ଯିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share

Leave a Reply