ଅନୁଗୁଳ: ବିଦ୍ୟାଳୟ ସାମୂହିକ ବିକାଶ ସମ୍ପର୍କରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଓସ୍କାପାଲି ହାଇସ୍କୁଲ ପରିସରରେ ଚାଲିଥିବା ପ୍ରଧାନ ଶିକ୍ଷକଙ୍କ ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଛି। ଶିବିରରେ ୯ ଟି କ୍ଲଷ୍ଟରର ୩୫ ଜଣ ପ୍ରଧାନ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ ସହ ଶୈକ୍ଷିକ, ଭୌତିକ, ବିଦ୍ୟାଳୟର ସମ୍ବଳ ଆକଳନ, ରୂପରେଖ, ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ବବୃ ବାହନ ସାହୁ, ପ୍ରତାପ କୁମାର ପ୍ରଧାନ, ଶରତ କୁମାର ସେଠୀ, ରଞ୍ଜନ କୁମାର ବିଶ୍ୱାଳ, ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ।
ଉଦଯାପନୀ ଦିବସରେ ଅତିଥି ଭାବରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଜବାହରଲାଲ ପ୍ରଧାନ, ରମଣୀ ରଞ୍ଜନ ପ୍ରଧାନ, ପ୍ରଭାକର ରାଉଳ ଯୋଗ ଦେଇ ଶିକ୍ଷାର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।












