ହେମସୁରପଡ଼ା କପ୍ ଫୁଟବଲ୍; ସେମିରେ ଢେଙ୍କାନାଳ

You are currently viewing ହେମସୁରପଡ଼ା କପ୍ ଫୁଟବଲ୍; ସେମିରେ ଢେଙ୍କାନାଳ

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ରବିବାରଠାରୁ ଆରମ୍ଭ ହୋଇଛି ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ସୋମବାର ଦ୍ୱିତୀୟ ଦିବସରେ ଢେଙ୍କାନାଳ ପେନାଲଟି ସୁଟଆଉଟ୍‌ରେ ୪-୨ ଗୋଲ୍‌ରେ ରାଉରକେଲାକୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି । ନିର୍ଦ୍ଧାରିତ ସମୟ ସୁଦ୍ଧା ମ୍ୟାଚ୍ ଗୋଲଶୂନ୍ୟ ରହିବାରୁ ପେନାଲଟି ଜରିଆରେ ଫଳାଫଳ ନିର୍ଦ୍ଧାରିତ ହୋଇଥିଲା।

ମଙ୍ଗଳବାର ପ୍ରଥମ ସେମି ଫାଇନାଲରେ ଢେଙ୍କାନାଳ ନାଲକୋ ଜୁନିଅର ଏକାଦଶକୁ ଭେଟିବ।ଦିଲ୍ଲୀପ କୁମାର ଦାସ ମ୍ୟାଚ୍ ପରିଚାଳନା କରିଥିବା ବେଳେ ତାଙ୍କୁ ସଲୀଳ କୁମାର ବେହେରା, ସୁରେଶ ପାଲ ଏବଂ ସୁରେଶ କୁମାର ଦାସ ସହଯୋଗ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ମୁଖ୍ୟ ଅତିଥି, ପ୍ରଶାନ୍ତ ସିହ୍ନା, ରଂଜନ କୁମାର ଜେନା, ନିରଂଜନ ମହାନ୍ତି, କିରଣ ଚନ୍ଦ୍ର ସାହୁ, ଜଗନ୍ନାଥ କଅଁର, ସତ୍ୟପ୍ରିୟ ବେହେରା, ଉପେନ୍ଦ୍ର ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

 

Share

Leave a Reply