ଅନୁଗୁଳ : ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗଠାରେ ଥିବା ଏକ ବିଉଟି ପାର୍ଲରର ମାଲିକ ଓ ତାଙ୍କ ସ୍ତ୍ରୀ ବ୍ଲାକମେଲିଂ କରିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ ମସିହାରେ ରାଜେଶ ବିଶ୍ବାଳ(୩୭) ନାମକ ଜଣେ ବ୍ୟକ୍ତି ଅନୁଗୁଳ ସହରର ରାଜୀବ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କୁ ୧୦ଟି ଟ୍ରାକ୍ଟର ନେବାକୁକହି ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ ଘରକୁ ଯିବାଆସିବା ଲାଗିଲା। ରାଜୀବଙ୍କ ପୁଅ ଅଭିଶେକ୍ ଅଗ୍ରୱାଲ ମଧ୍ୟ ସେଠାକୁ ଯିବା ଆସିବାକରିଲେ। ପରେ ଅଭିଶେକ୍ ରାଜେଶଙ୍କ ସ୍ତ୍ରୀଙ୍କ ସହ ଶାରିରୀକ ସମ୍ପର୍କରଖିଲେ। ଏହି ସମୟର ଭିଡିଓ ସୁଟିଂକରି ରାଜେଶ ଓ ତାଙ୍କ ସ୍ତ୍ରୀ ୩୦ ଲକ୍ଷ ଟଙ୍କା ଦାବିକରି ବ୍ଲାକ୍ ମେଲିଂ କରିଥିଲେ। ପରେ ଅଗଷ୍ଟ ୨୫ ତାରିଖରେ ରାଜୀବଙ୍କଠାରୁ ନେଟ୍ ବ୍ୟାକିଙ୍ଗରେ ୧ ଲକ୍ଷ ୨୯ ହଜାର ଟଙ୍କା ରାଜେଶ ନେଇଥିବା ବେଳେ ଅଭିଶେକ୍ ଠାରୁ ତଙ୍କ ସ୍ତ୍ରୀ ଫୋନ୍ ପେରେ ୧୦ ହଜାର ଟଙ୍କା ନେଇଥିଲେ। ଏ ନେଇ ଟଣାଓଟରା ଚାଲିବାରୁ ଅଭିଶେକ୍ ୩ ତାରିଖରେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଏହାପରେ ସେହି ୩ ତାରିଖରେ ପାର୍ଲର ମଲିକଣି ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଲେ ଯେ, ତାଙ୍କୁ ଅଭିଶେକ୍ ଦୁଷ୍କର୍ମ କରିଛନ୍ତି। ଏ ନେଇ ମଧ୍ୟ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ବ୍ଲାକମେଲିଂ ମାମଲାରେ ପୁଲିସ୍ ରାଜେଶ ଓ ସ୍ତ୍ରୀ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେହିଭଳି ପାର୍ଲର ମଲିକାଣିଙ୍କ ଅଭିଯୋଗରେ ହୋଇଥିବା ଦୁଷ୍କର୍ମ ମାମଲାକୁ ବଦଳାଯାଇ ବେଶ୍ୟାବୃତି ମାମଲାରେ ବାପ ରାଜୀବ ଅଗ୍ରୱାଲ ଓ ପୁଅ ଅଭିଶେକ୍ ଅଗ୍ରୱାଲଙ୍କୁ ମଧ୍ୟ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି।
ବ୍ଲାକମେଲିଂ ଅଭିଯୋଗରେ ସ୍ବାମୀ ଓ ସ୍ତ୍ରୀ ଗିରଫ
- Post published:September 5, 2021
- Post category:ମୁଖ୍ୟ ଖବର
- Post comments:1 Comment
- Post author:Angul TV Bureau
Tags: Angul



Right news portal angul