ଆଠମଲ୍ଲିକରେ ସଂକ୍ରମଣ ବୃଦ୍ଧି

0

ଅନୁଗୁଳ: ଆଠମଲ୍ଲିକ ଏନଏସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଆଠମଲ୍ଲିକ ପ୍ରଶାସନ ସହରର ବିଭିନ୍ନ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛନ୍ତି । ସୋମବାର ଆଠମଲ୍ଲିକ ସହରର ୨ ନମ୍ବର ୱାର୍ଡର ରମେଶ୍ବରପାଟଣା ଓ ୧ ନମ୍ବର ୱାର୍ଡର ଫରେଷ୍ଟ କଲୋନୀକୁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରାଯାଇ ପ୍ରବେଶ ପଥରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶନିବାର, ରବିବାର ସପ୍ତାହାନ୍ତ ସଟ୍ ଡାଉନ ଥିଲାବେଳେ ସୋମବାର ବଜାରରେ ଭିଡ଼ ଜମୁଥିବା ଦେଖାଯାଉଛି । ଦିନ ୧୨ଟା ପରେ ଜରୁରୀ କାର୍ଯ୍ୟ ନଥିଲେ ମଧ୍ୟ ବହୁ ଲୋକ ବାଇକ ଯୋଗେ ଯାତାୟାତ କରୁଥିବା ବେଳେ ସନ୍ଧ୍ୟାରେ କେତକ ଯୁବଗୋଷ୍ଠୀ ବିଭିନ୍ନ ସ୍ଥାନରେ ଆଡ୍ଡା ଜମାଉଛନ୍ତି।

online coaching

Leave A Reply

Your email address will not be published.