ଅନୁଗୁଳ: ଖମାର ବନାଞ୍ଚଳ ଗାରଡ଼ମୁଣ୍ଡା ପୁରୁଣାପାଣି ଜଙ୍ଗଲରୁ ଶନିବାର ସକାଳେ ଏକ କୁଟୁରା ଆହତ ଅବସ୍ଥାରେ ଉଦ୍ଧାର ହୋଇଛି । ସକାଳୁ ଗାରଡ଼ ମୁଣ୍ଡା ଗ୍ରାମର କିଛିଲୋକ କେନ୍ଦୁପତ୍ର ସଂଗ୍ରହ କରି ନିକଟସ୍ଥ ପୁରୁଣାପାଣି ଜଙ୍ଗଲରୁ ଫେରୁଥିବା ବେଳେ ବାଟରେ କୁକୁର କାମୁଡ଼ାରେ ଏକ କୁଟୁରା ଆହତ ହୋଇଥିବା ଦେଖିବାକୁ ପାଇଥିଲେ। ଆହତ କୁଟୁରାକୁ ଉଦ୍ଧାର କରି ହର ନହରା ଘରକୁ ଆଣିବା ସହ ଖମାର ବନ ବିଭାଗକୁ ଖବର କରିଥିଲେ । ବନକର୍ମଚାରୀ ହରଙ୍କ ଘରୁ କୁଟୁରାକୁ ଆଣି ପ୍ରାଣୀ ଚିକିତ୍ସକ ଜିତେନ୍ଦ୍ର ସାହୁଙ୍କ ଦ୍ଵାରା ଚିକିତ୍ସା କରାଇଥିଲେ। ଚିକିତ୍ସାଧୀନ ଥିବା କୁଟୁରାକୁ ଖମାର ବନାଞ୍ଚଳ କାର୍ଯ୍ୟାଳୟରେ ରଖା ଯାଇଥିବା ବନପାଳ ପ୍ରଦୀପ କୁମାର ଶତପଥୀ ସୂଚନା ଦେଇଛନ୍ତି।
ଆହତ କୁଟୁରା ଉଦ୍ଧାର
- Post published:April 18, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
