ଅନୁଗୁଳ: ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଅଙ୍ଗାରବନ୍ଧ ମହିମାଧାମ ସଭାଗୃହ କକ୍ଷରେ ଅଙ୍ଗାରବନ୍ଧ ମହିମା ଧାମ ପରିଚାଳନା କମିଟି, ମହିମାଧାମ ପରିଚାଳନା କମିଟି, ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦ, ସ୍ଥାନୀୟ ସରପଞ୍ଚ ଓ ଯୁବ ଉଦ୍ୟୋଗୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିମା ଧାମର ବାବା ମୁରଲୀଧର ଦାସଙ୍କ ସଭାପତିତ୍ବରେ ୧୫୮ତମ ମାଘମେଳା ଓ ଅନ୍ତର୍ଜାତୀୟ ମହିମା ମହୋତ୍ସବ ଫେବୃୟାରୀ ୨୫ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ହେବାକୁ ସ୍ଥିରିକୃତ କରାଗଲା। ଏହି ମହୋତ୍ସବରେ ବା˚ଲାଦେଶ ଓ ନେପାଳର ବହୁ କଳାକାର ଅ˚ଶଗ୍ରହଣ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି। ବିଗତ ବର୍ଷ ପରି ଚଳିତ ବର୍ଷ ପ୍ରଶାସନିକ ସମ୍ପୂର୍ଣ୍ଣ ସହଯୋଗ ମିଳିବା ପାଇଁ ଅନୁରୋଧ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ସ୍ଥିର କରାଗଲା। ଉକ୍ତ ବୈଠକରେ ଧାମ ସାଧାରଣ ସ˚ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଅଙ୍ଗାରବନ୍ଧ ଗ୍ରାମପଞ୍ଚାୟତ ସରପଞ୍ଚ ବସନ୍ତ କୁମାର ମହାଳିକ, ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଓ ସାଙ୍ଗଠନିକ ସ˚ପାଦକ ଦୁଷ୍ମନ୍ତ ସାହୁ ଓ ବିଜ୍ଞାନୀ ବେହେରା ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାପାଇଁ ଓଡ଼ିଶା କଳା ସ˚ସ୍କୃତି ପରିଷଦର ସଭାପତି, ନାଟ୍ୟକାର ଉପେନ୍ଦ୍ର ଶର୍ମା ଉପସ୍ଥିତ ରହି ନିଜର ମତାମତ ରଖିଥିଲେ। ଉକ୍ତ ବୈଠକରେ ବାବା ସୁରେନ୍ଦ୍ର ଦାସ, ବାବା ବିଦ୍ୟାଧର ଦାସ, ଦେବରାଜ ସାହୁ, ଆଡ୍ଭୋକେଟ ଅକ୍ଷୟ ସାହୁ, ମନୋଜ ସାହୁ, କରୁଣାକର ସାହୁ, ଡାକ୍ତର ସାହୁ, ବିକାଶ ଚନ୍ଦ୍ର ପ୍ରଧାନ ଓ ଜିତେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟ ମହିମା ମହୋତ୍ସବ ପ୍ରସ୍ତୁତି ବୈଠକ
- Post published:January 29, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray

Tags: Angul