ପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

0

କଣିହାଁ: ରାଜ୍ଯ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଯୁବ ସଂଗଠନ।

ଏ ନେଇ ସଂଗଠନର ଯୁବ ନେତା ବାବୁଲା ବେହେରା ଓ ଛବିନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଏନଟିପିସି ଥାନା ବିଜିଗୋଳ ପଞ୍ଚାୟତ ଆମ୍ବପାଳ ଛକ ଠାରେ ନାରାବାଜି କରାଯାଇଥିଲା। ଉଭୟେ କଂଗ୍ରେସକୁ ବଦନାମ କରିବାକୁ ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ। ନିର୍ବାଚନରେ ଯୋଗ୍ଯ ପ୍ରାର୍ଥୀଙ୍କୁ ଟିକେଟ ନ ଦେବା ଓ ଯେଉଁ ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି ସେମାନଙ୍କୁ ବିଧି ମତେ ଦଳୀୟ ଅର୍ଥ ସହାୟତା କରି ନାହାନ୍ତି କି ପ୍ରଚାର ବି କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

ଏହି ପ୍ରତିବାଦ ବେଳେ ସୁଶୀଲ ବେହେରା, ମାର୍କଣ୍ଡ, ବୁବୁ, ବବି ବେହେରା ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!