ବନ୍ତଳା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ଭିତ୍ତିପ୍ରସ୍ତର ସ୍ଥାପନ

You are currently viewing ବନ୍ତଳା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ତଳା ଗ୍ରାମ ପଞ୍ଚାୟତର ମୋ ସ୍କୁଲ ଅଭିଯାନ ଯୋଜନାରେ ବନ୍ତଳା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସମ୍ପୂର୍ଣ୍ଣ ଉନ୍ନତିକରଣର ଭିତ୍ତିପ୍ରସ୍ତର ସୋମବାର ସ୍ଥାପନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ, ଜିଲ୍ଲାପରିଷଦ ସଭ୍ୟା ସୁକାନ୍ତିବଳା ନାୟକ, ଯୁବନେତା ଅରୁଣାଭ ସିଂହ, ବ୍ଲକ୍ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ବିଜେଡି ସମ୍ପାଦକ ତଥା ବନ୍ତଳା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଦୁର୍ଗା ଚରଣ ପ୍ରଧାନ, ବଅଁରପାଳ ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ନାଥ, ବିଜେଡି ନେତା ଗଣେଶ୍ୱର ସାହୁ, ସରୋଜ କୁମାର ନାୟକ, ରାକେଶ ନନ୍ଦଙ୍କସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Share

Leave a Reply